Odisha news

କନ୍ଧମାଳ ଜିଲାର ବିଭିନ୍ନ ଅଂଚଳରେ ଭୀଷଣ ବର୍ଷା କୁଆପଥର ମାଡ ଅନେକ ଲୋକଙ୍କର କ୍ଷୟକ୍ଷତି

0

ଫୁଲବାଣୀ,୨୦ା୦୩, କନ୍ଧମାଳ ଜିଲାର ବିଭିନ୍ନ ଅଂଚଳରେ ଭୀଷଣ ବର୍ଷା ଓ ବିଜୁଳି ଘଡଘଡି ସହିତ କୁଆପଥର ମାଡରେ ଲୋକଙ୍କର ବିପୁଳ କ୍ଷୟକ୍ଷତି ଘଟିଛି । ଜିଲାର ଦାରିଙ୍ଗବାଡି ଅଂଚଳରେ ସର୍ବାଧିକ ୩୫ ମିଲିମିଟର ବର୍ଷା ହୋଇଥିବା ରେକଡ କରାଯାଇଛି । ସେଠାରେ କୁଆପଥର ମାଡ ସାଙ୍ଗକୁ ଭୀଷଣ ଘଡଘଡି ଓ ପବନ ମଧ୍ୟ ହୋଇଥିଲା । ଫଳରେ ସେଠାରେ ବହୁତ ଲୋକଙ୍କର ଅନେକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ସେହି ପରି ଦାରିଙ୍ଗବାଡି ବ୍ଳକ ଅଂଚଳ ସମେତ ଜିଲାର ଆଉ ୫ଟି ବ୍ଳକରେ ମଧ୍ୟ ଅଧିକ ବର୍ଷ ହୋଇଥିବା ରେକର୍ଡ କରାଯାଇଛି ।

ଆଜି ଦିନରେ ବିଭିନ୍ନ ସମୟରେ ଜିଲାର ଦାରିଙ୍ଗବାଡି ସମେତ ବାଲିଗୁଡାରେ ୧୬ ମିଲି ମିଟର,ଜି.ଉଦୟଗିରିରେ ୨୨.୮ମିମି,କୋଟଗଡରେ ୧୮ ମିମି,ତୁମୁଡିବନ୍ଧରେ ୧୬.୮ ମିମି,କ.ନୁଆଗାଁରେ ୧୧.୨ ମିମି,ରାଇକିଆରେ ୬.୪ମିମି,ଫିରିଙ୍ଗିଆରେ ୪.୬ ମିମି ବର୍ଷା ହୋଇଥିବାବେଳେ ଜିଲାର ଚକାପାଦ,ଖଜୁରିପଡା ଓ ଟିକାବାଲି ଅଂଚଳରେ ସର୍ବନିମ୍ନ ୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ତେବେ ଦାରିଙ୍ଗବାଡି ଏବଂ ଜି.ଉଦୟଗିରି ବାଲିଗୁଡା ଅଂଚଳରେ ଅଧିକ ବର୍ଷା ହୋଇଥିବାରୁ ଏହି ଅଂଚଳ ଗୁଡିକରେ ଲୋକଙ୍କର ଅଧିକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏହି ବର୍ଷାରେ ଦାରିଙ୍ଗବାଡି ଅଂଚଳର ପର୍ତମାହା ଏବଂ ଆଖପାଖ ଅଂଚଳର ୨ ଶହରୁ ଅଧିକ ଲୋକଙ୍କର ଘର ଭାଙ୍ଗିବାସହିତ ସେମାନଙ୍କର କ୍ଷୟକ୍ଷତି ହୋଇଥିବାବେଳେ ବାଲିଗୁଡା ବ୍‌ଳକ ଅନ୍ତର୍ଗତ ରୁତୁଙ୍ଗିଆ ଅଂଚଳରେ ମଧ୍ୟ ଏହି ବର୍ଷାର ପ୍ରବାବରେ ପ୍ରାୟ ୭୦ ଜଣଙ୍କର ଘର ଭାଙ୍ଗିଥିବା ଜଣାପଡିଛି ବୋଲି ଜିଲା ଆପାତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ସୁତ୍ରରୁ ଜଣାପଡିଛି ।

Leave A Reply