କଣ୍ଟାପଡା: ମହାମାରୀ କରୋନା ଧିରେଧିରେ ଯେତିକି ତାର କାୟା ବିସ୍ତାର କରିବାକୁ ଚାହୁଁଛି ସାଧାରଣ ଜନତା ସେତିକି ସଚେତନ ହୋଇ ତାକୁ ପ୍ରତିହତ କରିବାକୁ ପ୍ରସ୍ତୁତ ହେଉଛି । କିନ୍ତ ଏପରି ସମୟରେ ସୁରକ୍ଷା ପାଇଁ ଆବଶ୍ୟକ ପଡୁଥିବା ସାମଗ୍ରୀର ବଜାରରେ ଅଭାବ କରୋନା ପ୍ରତିହତରେ କିଛି ମାତ୍ରାରେ ପଅତିବନ୍ଧକ ସୃଷ୍ଟି କରୁଛି । ତେବେ ଆମେ ହରିବୁ ନାହଁ କରୋନାକୁ ହରାଇ ଦେବୁ ମନ୍ତ୍ରରେ ଅଭିମନ୍ତ୍ରିତକିଛି ସାଧାରଣ ଲୋକ ଓ ଅନୁଷ୍ଠାନ ଏଥିପାଇଁ ପାରୁ ପର୍ଯ୍ୟନ୍ତ ଅଣ୍ଟା ଭିଡିଛନ୍ତି ।
ସେହିପରି ଏକ ଅନୁଷ୍ଠାହେଉଛି କଟକ ଜିଲ୍ଲା କଣ୍ଟାପଡା ବ୍ଲକ ବ୍ରାହ୍ମଣ ସାଇଲୋ ଗ୍ରାମର ସାମାଜିକ ଅନୁଷ୍ଠାନ ରୋଜା । ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ମହିଳା ଏବେ ବଜାରରେ ଆବଶ୍ୟକହେଉଥିବା କପଡା ମାକ୍ସ ପ୍ରସ୍ତୁତିରେ ବ୍ୟସ୍ତ ଥିବାଦେଖିବାକୁ ମିଳୁଛି । ଯଦିଓ ଏହି ଅନୁଷ୍ଠାନ ଦ୍ୱାରା ଝୋଟଜାତ ଦ୍ରବ୍ୟ ପ୍ରସ୍ତୁତି ସମ୍ପର୍କରେ ମହିଳା ମାନଙ୍କୁ ତାଲିମ ଦିଆ ଯାଉଛି ତାଭିତରେ ସମୟ ବାହାରକରି ଏହି ମହିଳା ମାନେ ମାକ୍ସ ପ୍ରସ୍ତୁତ କରି ବଜାର ଚାହିଦା ମେଣ୍ଟାଇବାରେ କିଛିମାତ୍ରାରେ ସହାୟକ ହେବାକୁ ଆଗଭର ହୋଇଛନ୍ତି ।
ଅନ୍ୟପଟେ ଏହି ମାକ୍ସ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା କପଡା ବଜାରରେ ମିଳୁଥିବା ବେଳେ ଆବଶ୍ୟକ ପଡୁଥିବା ଇଲାଷ୍ଟିକ୍ର ଅଭାବ ପରିଲକ୍ଷିତ ହେଉଥିବା ଅନୁଷ୍ଠାନର ସଭାପତି ସଞ୍ଜିତ ରାଉତରାୟ କହିଥିବା ବେଳେ ଯେତେ ଅସୁବିଧା ହେଲେବି ଅନୁଷ୍ଠାନ ଏପରି କାର୍ଯ୍ୟରୁ ଓହରିବ ନାହିଁ ବୋଲି ଅନୁଷ୍ଠାନର ସମ୍ପାଦକ ରୋଜାଲିନ ବେହେରା କହିଛନ୍ତି ।