Odisha news

କରୋନା ପାଇଁ ସ୍ୱତନ୍ତ୍ର ସମିତି ବୈଠକ ; ପ୍ରତି ପଞ୍ଚାୟତରେ ହେବ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର

0

ଡେଲାଙ୍ଗ—- ଡେଲାଙ୍ଗ ବ୍ଳକ ବିଜୁ ପଟ୍ଟନାୟକ ସମ୍ମଳନୀ କକ୍ଷରେ କରୋନା ସଚେତନତା ପାଇଁ ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ସଭାପତିତ୍ୱ କରିଥିବା ବେଳେ ବିଡିଓ କ୍ଷୀରୋଦ୍ର ପ୍ରଧାନ ବୈଠକ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ସାରା ଦେଶରେ କରୋନା ସଂକ୍ରମଣ ବଡିବାରେ ଲାଗିଛି ।

ଓଡିଶାରେ ଏହି କରୋନା ଭୁତାଣୁ ତାର କାଯା ବିସ୍ତାର କରି ଚାଲିଛି । ଏହି ରୋଗ ବିଦେଶରୁ ଫେରୁଥିବା ଲୋକମାନଙ୍କ ଠାରୁ ସୃଷ୍ଟି ହେଉଛି ବୋଲି ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ମାନେ କହନ୍ତି ।ଏହି ରୋଗରୁ ରକ୍ଷା ପାଇବା ପାଇଁ ବିଶେଷ କରି ଜନସଚେତନତା ଦରକାର ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ । ବିଶେଷ କରି କରୋନା ଭୁତାଣୁରୁ ମୁକ୍ତି ପାଇବା ପାଇଁ ହେଲେ ଜନସଚେତନତା ଦରକାର ବୋଲି ମତ ପ୍ରକାଶ ପାଇଥିଲା । ସେହିପରି ୪ ମାସର ଭର୍ତ୍ତା ଓ ୩ ମାସର ରାଶନ ସାମଗ୍ରୀ ବଣ୍ଟନ କରାଯିବ ।

ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ରାଜେନ୍ଦ୍ର ଆଚାରି, ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ , ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ଦେବାଶିଷ ନନ୍ଦ, ଏବିଡିଓ ପ୍ରଦୀପ ନାୟକ , ସିଡିପିଓ କାମିନୀ ପ୍ରଭା ସ୍ୱାଇଁ, ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ଜିପିଓ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ । ଫଟୋନଂ ୬୦

Leave A Reply