ଫୁଲବାଣୀ (ସନ୍ତୋଷ ମିଶ୍ର ) : ଆଜି ଫୁଲବାଣୀ ସଦରମହକୁମା ଡାକ୍ତରଖାନା ପରିଷରରେ ଥିବା ରକ୍ତଭଣ୍ଡାରଠାରେ କନ୍ଧମାଳ ବିଜୁଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଉଦଘାଟନ କରିଥିଲେ ଏହି ଅବସରରେ ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡା.ଜୟଦୀପ ଘୋଷ ରକ୍ତଦାତା ପ୍ରଶାନ୍ତ କୁମାର ବେହୋର ବିଜୁଜନତା ଦଳର ଜିଲା ସମ୍ପାଦକ କମଳ ବେହେରା,ନଗର ସଭାପତି ସୁଧିର କହଁ,ବିରୁପାକ୍ଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ରକ୍ତ ସଂଗ୍ରହ କାର୍ଯ୍ୟ ରକ୍ତଭାଣ୍ଡାରର ଟେକନିସିଆନ୍ ଶରତଚନ୍ଦ୍ର ଭଟ୍ଟ,ସୁଜିତ କୁମାର ସାହୁ,ତୁଷାର କାନ୍ତ ପ୍ରଧାନ,ସଞ୍ଜୁକ୍ତା ଦଳଛତ୍ର ଓ ବରୁଣ ବେହେରା ପ୍ରମୁଖ କରିତôଲେ । ଏଥିରେ ତାଙ୍କୁ ବିଜୁଜନତା ଦଳର ଯୁବକମାନଙ୍କ ସହିତ ଅଂଚଳର ଅନେକ ଯୁବକ ମାନେ ଶିବିର ପରିଚାଳନାରେ ସହାୟତା କରିଥିଲେ । ଶିବିର ଜିଲା ବିଜୁଜନତା ଦଳ ସଭାପତି ସରୋଜ କର୍ଣ୍ଣଙ୍କ ପରିଚାଳନାରେ ଆୟୋଜିତ ହୋଇଥିବାବେଳେ ଅନେକ ଉସôାହି ଯୁବକ ଓ ଯୁବତୀ ମାନେ ଅଂଶଗ୍ରହଣ କରି ସ୍ୱେଛାକୃତ ଭାବରେ ୫୧ ଜଣ ରକ୍ତଦାନ କରିଥିଲେ ।