Odisha news

୨୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ହଡ଼ପ ଅଭିଯୋଗ ରେ ଭିଜିଲାନ୍ସ ହାତରେ ବନ୍ଦା ହେଲେ ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀ

0
ଫୁଲବାଣୀ, ତା ୨୧।୩:, ଭିଜଲାନ୍ସ ଜାଲରେ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର । ନ୍ୟାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ନେସନାଲ ପେନସନ୍ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ କରି ନିଜ ଆକାଉଣ୍ଟ୍ କୁ ନେଇ ଏକ ଅର୍ଥ ଲଗାଣକାରୀ ସଂସ୍ଥାରେ ବିନିଯୋଗ କରିଥିଲେ ବିଇଓ ରସାନନ୍ଦ କର। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ୬/୨୦୨୪ ମାମଲା ରୁଜୁ କରିବା ସହ ଅଭିଯୋଗ ପ୍ରକାରେ ତଦନ୍ତ କରି ରସାନନ୍ଦ କରଙ୍କୁ ଗିରଫ କରିଛି ଭିଜିଲାନ୍ସ। ସୂଚନା ପ୍ରକାରେ ଶିକ୍ଷକଙ୍କ ପାଇଁ ରହିଥ‌ିବା ନ୍ୟାସନାଲ ପେନସନ ସ୍କିମର ୨୦ ଲକ୍ଷ ଟଙ୍କାକୁ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଲେଖାଏଁ ଗତ ଜାନୁଆରୀ ମାସରୁ ଦାରିଙ୍ଗବାଡ଼ି ବିଇଓ ନିଜ ଆକାଉଣ୍ଡକୁ ନେଇଛନ୍ତି । ଏବଂ ସେହି ଟଙ୍କାକୁ ସେ ଶେୟାର ମାର୍କେଟରେ ମଧ୍ୟ ବିନିଯୋଗ କରିଛନ୍ତି । ତେବେ ସରକାରୀ ଅର୍ଥ ହଡ଼ପ କରିଥିବା ଜାଣିବାକୁ ପାଇ ଭିଜିଲାନ୍ସ ଦୀର୍ଘ ଏକ ମାସ ଧରି ରସାନନ୍ଦଙ୍କ ଉପରେ ନଜର ରଖି ଆସିବା ସହ ବିଭିନ୍ନ ପ୍ରମାଣ ଯୋଗାଡ଼ କରିବା ପରେ ଗତକାଲି ତାଙ୍କୁ ଗିରଫ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ପୁର୍ବରୁ ବିଇଓ ରସାନନ୍ଦ କର କିଛି ଶିକ୍ଷକଙ୍କ ନିକଟରୁ ହାଉସିଂ ଲୋନ୍ କରାଇ ଦେବାକୁ କହି ଅର୍ଥ ହଡ଼ପ କରିଥିବା ଅଭିଯୋଗ ମଧ୍ୟ ହେଉଛି ।
Leave A Reply