Odisha news

ସାହାଣି କପ୍ ର ଉପ ବିଜେତା କନ୍ଧମାଳ ଫୁଟବଲ୍ ଦଳ କୁ ଭବ୍ୟ ସମ୍ବର୍ଦ୍ଧନା

0
ଫୁଲବାଣୀ ତା ୧୯/୫: ଫୁଲବାଣୀ ସ୍ଥିତ କରୋନେସନ ଖେଳ ପଡିଆ ଠାରେ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ପୁରୁଷ ଫୁଟବଲ ଦଳକୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଚଳିତ ବର୍ଷ କଟକରେ ଅନୁଷ୍ଠିତ ୬୨ ତମ ରାଜ୍ୟସ୍ତରୀୟ ସାହାଣି କପ୍ ଫୁଟ୍ ବଲ୍ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ଦଳ ଉପ ବିଜେତା ହୋଇ ଜିଲ୍ଲାକୁ ଗୌରବାନ୍ବିତ କରିବାସହ ଜିଲ୍ଲା ରେ ଇତିହାସ ସୃଷ୍ଟି କରିଥିବାରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲା କ୍ରୀଡା ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ଶିବ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କନ୍ଧମାଳ ସାସଂଦ ଡଃ. ଅଚ୍ୟୁତ ସାମନ୍ତ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳର ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ୍, ଓଡିଶା ଅଲିମ୍ପିକ ଆସୋସିଏସନ୍ ର ଉପସଭାପତି କମଳା କାନ୍ତ ପାଣ୍ଡେ, ଓଡିଶା ଫୁଟବଲ ଆସୋସିଏଶନର ଉପସଭାପତି ହୃଦୟ ରଞ୍ଜନ ବେହେରା, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଫୁଲବାଣୀ ବାର ଆସୋସିଏସନ ର ସଭାପତି ଭଗବାନ ମହାନ୍ତି, ବଣିକ ସଂଘ ସଭାପତି ଅଶୋକ କୁମାର ପଟ୍ଟନାୟକ, ଆଇନଜିବି ବିଜୟ କୃଷ୍ଣ ପଟ୍ଟନାୟକ,ପ୍ରମୁଖ ମଞ୍ଚାସୀନ ହୋଇ ଥିଲେ। ଏହି ସଭାରେ ଜିଲ୍ଲା କ୍ରୀଡା ସଂଘ ର ସମସ୍ତ କର୍ମକର୍ତ୍ତା ଓ ସଭ୍ଯଙ୍କ ସହ ବହୁ ସଂଖ୍ୟାରେ କ୍ରୀଡାପ୍ରେମୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ। ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଯଥା ଜେ ଡି କ୍ଲବ, ଭାରୋତ୍ତଳନ ସଂଘ, ଅଲିଭା ସ୍ପୋର୍ଟସ, କୁଇ ସମାଜ,ଓ ଖଜୁରୀପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ପ୍ରଭୃତିଙ୍କ ପକ୍ଷରୁ ଖେଳାଳି ମାନଙ୍କୁ ଉପଢୌକନ ପ୍ରଦାନ କରଯାଇଥିଲା। ପୂର୍ବରୁ ଖେଳାଳି ମାନଙ୍କୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଏହି ସଭାସ୍ଥଳ କୁ ଅଣାଯାଇଥିଲା। ସଭା ଶେଷ ହେବା ପରେ ଖେଳାଳିମାନଙ୍କୁ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା। ସେଠାରେ ମନ୍ଦିର କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଖେଳାଳି ମାନେ ସେଠାରେ ପ୍ରସାଦ ସେବନ କରିଥିଲେ।
Leave A Reply