ଫୁଲବାଣୀ,୮ା୧, କନ୍ଧମାଳ ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପୋଦୋ୍ୟଗୀ ମାନଙ୍କର ବିଭିନ୍ନ ପ୍ରକଳ୍ପ ଓ ସେମାନଙ୍କର ବିଭିନ୍ନ ସମସ୍ୟା ବାବଦରେ ବୁଝିବାକୁ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଂଚଳ ବୁଲି ଦେଖିଛନ୍ତି,ରାଜ୍ୟ ଶିଳ୍ପ ନିଦେ୍ର୍ଧଶକ ସାଦିକ୍ ଆଲାମ(ଆଇଏଏସ) । ଗତ ମଙ୍ଗଳବାର ଦିନ ସେ କନ୍ଧମାଳ ଗସ୍ତରେ ଆସି ଜିଲ୍ଲାର ଦାରିଙ୍ଗବାଡିର ଜୟଶ୍ରୀ ମହିଳା ମଣ୍ଡଳୀ ସ୍ୱଂୟ ସହାୟୀକା ଗୋଷ୍ଠୀ ଦ୍ୱାରା ପରିଚାଳିତ ଓ ପ୍ରଧାନମନ୍ତ୍ରୀ ଫର୍ମାଲାଇଜେସନ ଅଫ୍ ଫୁଡ୍ ପୋ୍ରସେସିଙ୍ଗ ଏଣ୍ଟରପ୍ରାଇଜର୍ସ କୁ ଯାଇ ୟୁନିଟକୁ ପରିଦର୍ଶନ କରିବା ସହିତ, ସେଠାରେ ଥିବା ଏସଏଚଜି ର ମହିଳା ମାନଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କର ସୁବିଧା ଅସୁବିଧାକୁ ପଚାରି ବୁଝିଥିଲେ । ଆବଶ୍ୟକ ସ୍ଥଳେ ସେମାନଙ୍କୁ ସରକାରୀ ସୁବିଧାର ସହାୟତା ପାଇଁ ପ୍ରତିଶୁ୍ରତି ମଧ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ତାଙ୍କ ସହିତ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମେନେଜର ସୁଶ୍ରୀ ବିଭୁପି୍ରୟା ଜେନା ଯୋଗ ଦେଇଥିଲେ । ପରେ ପରେ ସେ ବାଲିଗୁଡାରେ ଥିବା ଗ୍ରାମୀଣ ରୋଜଗାର ଉତ୍ପାଦନକାରୀ କାର୍ଯ୍ୟକ୍ରମ ଶକ୍ତି ୟୁନିଟ୍ ଓ ଫିରିଙ୍ଗିଆ ସ୍ଥିତ କସମ ଅନୁଷ୍ଠାନର ହଳଦୀ କ୍ଳଷ୍ଟର ସମେତ ଫୁଡ୍ ପୋ୍ରସେସିଙ୍ଗ ଶିଳ୍ପ ବୁଲି ଦେଖିଥିଲେ । ଏହି ଅବସରରେ ତାଙ୍କ ସାହିତ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ଏହାସହିତ ଫୁଲବାଣୀରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସଦଭାବନା ସଭାଗୃହଠାରେ ଜିଲ୍ଲାର ଶିଳ୍ପୋଦ୍େୟାଗୀ ମାନଙ୍କର ରହିଥିବା ଇଡକୋ ଜମି ସମସ୍ୟା,ବିଦୁ୍ୟତ୍ ସମସ୍ୟା ବ୍ୟାଙ୍କ ଋଣ ସମସ୍୍ୟା ଏବଂ ଅନ୍ୟାନ୍ୟ ସମସ୍୍ୟା ଗୁଡିକ ବାବଦରେ ଏକ ସଭାର ଆୟୋଜନ କରାଯାଇଥିଲା ।ଏଥରେ ଶିଳ୍ପୋଦ୍େୟାଗୀ ମାନଙ୍କର ଅନେକ ସମସ୍ୟାସର ସମାଧାନ ଦିଗରେ ସହାୟତା କରିବାକୁ ନିଦେ୍ର୍ଧଶକ ଏବଂ କନ୍ଧମାଳ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଶିଳ୍ପ ନିଦେ୍ର୍ଧଶକଙ୍କ ସମେତ କନ୍ଧମାଳ ଜିଲ୍ଲାପାଳ,କନ୍ଧମାଳ ଜିଲ୍ଲାପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଫୁଲବାଣୀ ତହସିଲଦାର ଦିନମଣି ନାୟକ,ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମେନେଜର, ଫୁଲବାଣୀର ମହିଳା ଶିଳ୍ପଦୋ୍ୟଗୀ ବନାନୀରାଣୀ ପଟ୍ଟନାୟକ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ।