ଫୁଲବାଣୀ,୬ା୮, ଏନ୍ଏଫ୍ଆଇଟିୟୁ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲନ୍ଦାପଡାଟାରେ ଏକଲ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶାଖାର ସାଂଗଠନିକ ସମ୍ପାଦକ ତ୍ରିଲୋଚନ ଦିଗାଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଲକ୍ ଅଧିନସ୍ଥ ବାଲନ୍ଦାପଡ଼ା ଗ୍ରାମ ପଂଚାୟତର ଗଦେଇପଦର ଠାରେ ଶତାଧିକ ମହିଳା ଓ ପୁରୁଷଙ୍କ ସମାବେଶରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲନ୍ଦାପଡ଼ା ଗ୍ରାମପାଂଚୟତର ସରପଂଚଞ୍ଚ ନୀରାକାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଉପାଧ୍ୟକ୍ଷ, ଅଜିତ୍ କୁମାର ସାହୁ ସମସ୍ତଙ୍କର ସହଯୋଗ କାମନା କରି ପ୍ରତ୍ୟେକ ଅସୁବିଧା ସମୟରେ ନ୍ଖକ୍ସ ପକ୍ଷରୁ ଯାହା ସମ୍ଭବ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ସଂଗଠନର ରାଜ୍ୟ ସଂପାଦକ ଶ୍ୟାମ ସୁନ୍ଦର ସାହୁ, ଜିଲ୍ଲା ଉପସଭାପତି ଦୀତିିକୃଷ୍ଣ ମଲ୍ଲିକ, ଜିଲ୍ଲା ସାଧାରଣ ସଂପାଦକ ବୈଷ୍ଣବ ଚରଣ ପଟ୍ଟନାୟକ ,ଜିଲ୍ଲା ଉପଦେଷ୍ଟା ମଣ୍ଡଳୀରୁ ନବ କିଶୋର ରଥ ଉକ୍ତ ସଭାକାର୍ଯ୍ୟରେ ଏନ୍ଏଫ୍ଆଇଟିୟୁର ଲକ୍ଷ୍ୟ ଓ ଆଦର୍ଶ ସହିତ ତୃଣମୂଳ ସ୍ତରରୁ ଗରିବ, ଖଟିଖିଆ, ମୂଲିଆ, ମଜଦୁର, ଆଶାକର୍ମୀ ଅଙ୍ଗନୱାଡି କର୍ମୀଙ୍କ ସମେତ ସ୍ୱଂୟ ସହାୟିକା ଗୋଷ୍ଠୀକୁ କିପରି ସ୍ୱାବଲମ୍ବୀ କରାଯାଇ ପାରିବ ଏ ନେଇ ମିଳିତ ଉଦ୍ୟମ କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏଥିରେ ପାଣ ସମାଜ ସଭାପତି ଦିଲ୍ଲିପ କୁମାର ଦିଗାଲ, କୁଇ ସମାଜ ସଭାପତି ଗୋପୀନାଥ କହଁରଙ୍କ ସମେତ ଏମ୍.ବି.କେ. ଏସ୍.ଏଚ୍.ଜି ରୁ କୁମାରୀ ସୁଦ୍ଧାମୟୀ ପ୍ରଧାନ, ସି.ଆର.ପି. ଏସ୍.ଏଚ୍.ଜି. ରୁ ଶ୍ରୀମତୀ ଗୋଲାପୀ ଦିଗାଲ ଏବଂ ଶ୍ରୀମତୀ ଆରତୀ ଦିଗାଲ ସଭାରେ ଅଂଶ ଗ୍ରହଣ କରି ସ୍ୱଂୟ ସହାୟିକା ଗୋଷ୍ଠୀ ମାଧ୍ୟମରେ କିପରି ସ୍ୱାବଲମ୍ବୀ ହୋଇ ପାରିବେ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପୂର୍ବତନ ୟୋରମ୍ୟାନ ଶ୍ରୀମତୀ ରଞ୍ଜିତା କହଁର ୱାଡମେମ୍ବର ଅସିଲ ମଲିକ ଆଲୋଚନାରେ ଯୋଗ ଦେଇଥିଲେ ।
। ବାର୍ଦ୍ଧକ୍ୟ ଭତା, ବିଧବା ଭତା, ଏସ୍.ଏଚ୍,ଜି. ଋଣ ତଥା ଏନ୍.ଆର.ଇ.ଜି.ଏସ୍. କାର୍ଯ୍ୟ ତଥା ହରିଶ୍ଚନ୍ଦ୍ର ଯୋଜନା ପାଇଁ ସହଜ ଓ ସୁବିଧାରେ ଆବଶ୍ୟକୀୟ କାଗଜପତ୍ର ଦେଇ ସରକାରୀ ପ୍ରଦତତ୍ତ ସମସ୍ତ ସୁବିଧାକୁ ଅଗ୍ରାଧିକାର ଭିତିରେ ପ୍ରଦାନ କରାଯିବା ପାଇଁ ସରପଂଚଞ୍ଚ ନିରାକାର ନାୟକ ଆଲୋଚନା ବିହୟ ସମ୍ପର୍କରେ ମତ ପ୍ରଦାନ କରିଥିଲେ । ପଂଚାୟତ ଅଧିନସ୍ଥ ସମସ୍ତ ବ୍ୟକ୍ତି ବିଶେଷ ପ୍ରତ୍ୟେକ ଅସୁବିଧା ସବୁକୁ ଲିଖିତ ଆକାରରେ ଦେବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲା ସାଧାରଣ ସଂପାଦକ ବୈଷ୍ଣବ ଚରଣ ପଟ୍ଟନାୟକ ସମସ୍ତ କ୍ଷେତ୍ରରେ ସମସ୍ତ ପ୍ରକାରର ଅସୁବିଧା ପାଇଁ ପ୍ରଥମେ ନିଜ ଗ୍ରାମ ସ୍ତରରେ ମିଳିତ ବୈଠକ କରି ଲିଖିତାକାରରେ ପଂଚାୟତରେ ଥିବା ଏନ୍ଏଫ୍ଆଇଟିୟୁ ର କମିଟିର ସଭାପତି, ସମ୍ପାଦକଙ୍କ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରିଥିଲେ । ଶେଷରେ ବାଲନ୍ଦାପଡ଼ା ଗ୍ରାମ ପଂଚାୟତର ଏହି ସଭା ସ୍ଥଳରେ ସମସ୍ତଙ୍କ ଉପସ୍ଥିତିରେ ଏନ୍ଏଫ୍ଆଇଟିୟୁ ର ପଂଚାୟତ କମିଟି ଗଠନ କରାଯିବା ପାଇଁ ପ୍ରସ୍ତାବିତ ନାମ ଗୁଡ଼ିକୁ ଘୋଷଣା କରାଗଲା ।
ଏଥିରେ ସଂଗଠନର ପଂଚାୟତ ସଭାପତି ଭାବରେ କିଆବନ ଦିଗାଲଙ୍କୁ ସର୍ବସମ୍ମତିରେ ଚୟନ କରାଯାଇଥିବା ବେଳେ ଉପସବାପତି ଭାବେ ଶ୍ରୀମତୀ ରୀନା କହଁର,ସମ୍ପାଦକ ଭାବେ ଚନ୍ଦ୍ରଶେଖର ମଲ୍ଲିକ,ସହସମ୍ପାଦକ ଲକ୍ଷ୍ମଣ ମଲ୍ଲିକ,କୋଷାଧ୍ୟକ୍ଷ ନିରଞ୍ଜନ ବଗର୍ତୀ ପ୍ରମୁଖଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ବିଶିଷ୍ଠ ଦିଗାଲ,ତି୍ରନାଥ ମଲ୍ଲିକ,ଶ୍ରୀମତୀ ଲେବନ୍ତୀ ଦିଗାଲ,ବୁଟୁକୁ ଭୋଇ,ତ୍ରୀନାଥ ମଲ୍ଲିକ,ଉମାକାନ୍ତ କହଁର,ଅଅଜୀବନ ଦିଗାଲ ଏବଂ ବୈଜୟନ୍ତ ଦିଗାଲଙ୍କୁ ଚୟନ କରାଯାଇଛି । ପରି•ଳନା କମିଟିରେ ନବନର୍ବାଚିତ ସମସ୍ତ ପ୍ରତିନିଧି ମାନଙ୍କୁ ସ୍ୱାଗତ ଜଣାଇ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇ ସମୂହ ସ୍ୱାର୍ଥ ପାଇଁ ଆଗେଇ ଆସିବା ଜଣେ ପ୍ରକୃତ ଭାରତୀୟଙ୍କ କାର୍ଯ୍ୟ ଓ ଲକ୍ଷ୍ୟ ହେବା ଉଚିତ ବୋଲି ରାଜ୍ୟ ସଂପାଦକ ଶ୍ୟାମ ସୁନ୍ଦର ସାହୁ ସମସ୍ତ ପ୍ରତିନିଧି ମାନଙ୍କୁ ଶୁଭେଛା ଜଣାଇବା ସହିତ ଉସôାହିତ କରିଥିଲେ । ଶେଷରେ କାର୍ଯ୍ୟକ୍ରମକୁ ପରି•ଳନା କରୁଥିବା ଏନ୍ଏଫ୍ଆଇଟିୟୁ ର ଜିଲ୍ଲା ସଂଗଠନ ସଂପାଦକ ତ୍ରିଲୋଚନ ଦିଗାଲଙ୍କ ଅନୁରୋଧ କ୍ରମେ ସଭାପତି ବାଲନ୍ଦାପଡ଼ା ଗ୍ରାମପଂଚାୟତ ସରପଂଚଞ୍ଚ ନିରାକାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।