ଫୁଲବାଣୀ : ଗଲବାନ୍ ଘାଟୀରେ ଚୀନ ସେନା ସହିତ ହୋଇଥିବା ଖଣ୍ଡ ଯୁଦ୍ଧରେ ସହୀଦ ହୋଇଥିବା ଭାରତର ୨୦ ଜଣ ଜବାନ ମାନଙ୍କ ସହିତ କନ୍ଧମାଳ ଜିଲାର ରାଇକିଆ ବ୍ଳକ ଅନ୍ତର୍ଗତ ବିଅରପାଙ୍ଗା ଗ୍ରାମର ସହୀଦ ଜବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଆତ୍ମାର ସଦଗତି ଉଦେଶ୍ୟରେ ଫୁଲବାଣୀ ଠାରେ ଟିମ୍ ହୁ୍ୟମାନିଟ୍ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଦୀପ ଦାନ ବିଜୁ ଫୁଲବାଣୀ ବିଜୁ ପଟ୍ଟନାୟକ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଟିମ୍ ର ବହୁ ସଦସ୍ୟଙ୍କ ସମେତ ଏସ୍.ଡ଼ି.ପି.ଓ ମହେନ୍ଦ୍ରନାଥ ମୁର୍ମୁ , ଫୁଲବାଣୀ ତହସିଲଦାର ଦିନମଣି ନାୟକ ଓ ଅନ୍ୟମାନେ ଯୋଗଦେଇ ଦୀପଦାନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସରରେ ଅତିଥିମାନେ ସହିଦ୍ ଙ୍କ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତେ ସଭ୍ୟ ଓ ସଭ୍ୟମାନ ସାମିଲ୍ ହୋଇ ଚନ୍ଦ୍ରକାନ୍ତ ଅମରରହେ ଓ ରାମ ସୋରେନ୍ ଅମର ରହେ ଧ୍ୱନି ଦେବା ସହିତ ଏକ ଶୋଭାଯାତ୍ରା କରିଥିଲେ । ସେହିଭଳି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଫୁଲବାଣୀ ବିଜେପି ଦଳ ପକ୍ଷରୁ ମଧ୍ୟ ଏକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ବିଜେପିର ବହୁ ନେତା ଓ କର୍ମୀମାନେ ସାମିଲ୍ ହୋଇ ସହିଦଙ୍କ ଉଦେ୍ଦଶ୍ୟରେ ଦୀପଦାନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଜେପିର ବରିଷ୍ଠନେତା ମାନେ ସହିଦଙ୍କ ସଂପର୍କରେ ଆଲୋକପାତ କରିବା ସହିତ ନାରା ଦେଇଥିଲେ । କ.ନୂଆଗାଁ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ଼ ପଂଚାୟତ ଠାରେ ଆଜି ସାରଙ୍ଗଡ଼ ଓ ବଣ୍ଡଗୁଡ଼ା ଅଞ୍ଚଳବାସୀ ପକ୍ଷରୁ ସହିଦ୍ ଚନ୍ଦ୍ରକାନ୍ତ ପ୍ରଧାନ ଓ ସହିଦ୍ ରାମ ସୋରେନ୍ଙ୍କ ପାଇଁ ଏକ ନିରବ ପ୍ରାର୍ଥନା କକରିାବ ସହିତ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମଗ୍ର ଅଂଚଳବାସୀ ଓ ପୁଲିସ୍ ସାମିଲ୍ ହୋଇଥିଲେ ।