ବେତନଟୀ : ଆଜି ବେତନଟୀ ବ୍ଲକ ପରିସରରେ ମକଡ୍ରିଲ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା । ବେତନଟୀ ଦମକଳ ଅଧିକାରୀ ରବୀନ୍ଦ୍ର କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ବାରିକ ଯୋଗ ଦେଇ ଥିଲେ । ସମ୍ମାନୀତ ଅତିଥି ଭାବେ ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ମଲ୍ଲିକ, ୩୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା ଯୋଗ ଦେଇ ଥିଲେ । ଦମକଳ କର୍ମଚାରୀ ମାନେ ମୌସୁମୀ ବର୍ଷାରେ ବନ୍ୟା, ବର୍ଷା ଦିନେ ଘଟୁ ଥିବା ବିଭିନ୍ନ କୀଟ ଦଂଶନ, ବଜ୍ରପାତ ଓ ଅନ୍ୟାନ ପାକୃତିକ ଦୁର୍ବିପାକରେ ପୀଡିତ ବ୍ୟକ୍ତିକୁ କେମିତି ସହାୟତା କରି ହେବ ସେନେଇ ଡେମୋଷ୍ଟ୍ରେସନ ଦେଖାଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ବେତନଟୀ ଥାନା ଏସଆଇ ଶ୍ରୀନିବାସ ମାର୍ଥା, ବୈଶିଙ୍ଗା ଥାନା ଏସଆଇ ଶିରିଶ କୁମାର ନାୟକ, ଡେପୁଟୀ ରେଞ୍ଜର ରାଜେଶ ମହାକୁଡ, ବ୍ଲକର ନିର୍ବାଚିତ ଲୋକ ପ୍ରତିନିଧି, ସଂପ୍ରସାରଣ ଅଧିକାରୀ ମାନେ ଯୋଗ ଦେଇ ଥିଲେ ।
କାର୍ଯ୍ୟକ୍ରମକୁ ବ୍ଲକ ତରଫରୁ ବରିଷ୍ଠ ଲେଖିକା ପ୍ରିୟଦର୍ଶନୀ ସ୍ୱାଇଁ ସଂଯୋଜନା କରି ଥିଲେ । ସେହିପରି ବେଲାଣପୁରା ବାତ୍ୟା ଆଶ୍ରୟସ୍ଥଳରେ ମଧ୍ୟ ମକଡ୍ରିଲ ପ୍ରସ୍ତୁତି ଅନୁଷ୍ଠିତ ହୋଇଛି । ଫୋର୍ଡର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା ଏହି କାର୍ଯ୍ୟକ୍ରମର ସଂଯୋଜନା କରି ଥିଲେ । ଦମକଳ ଅଧିକାରୀ ରବୀନ୍ଦ୍ର କୁମାର ସେଠୀଙ୍କ ନେତୃତ୍ୱରେ ଦମକଳ କର୍ମଚାରୀ ମାନେ ବିଭିନ୍ନ ମୁକାବିଲା କାର୍ଯ୍ୟ କେମିତି କରା ଯାଏ ତାହା ପ୍ରଦର୍ଶନ କରି ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ନେହଲତା ପାଣି, ସଞ୍ଜୟ କୁମାର ଦାଶ, ଦିବାକର ମହାପାତ୍ର, ସର୍ବେଶ୍ୱର ମହାନ୍ତି, ସୁଦର୍ଶନ ପାଣି, ଧ୍ରୁବଚରଣ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ,ରବୀନ୍ଦ୍ର ନନ୍ଦି ପ୍ରମୁଖ ଯୋଗ ଦେଇ ଥିଲେ ।