ଯାଜପୁର : ବରୀ ଞ୍ଚଳରେ ଏମିତି ଏକ ନିଆରା ମଣିଷ ଅଛନ୍ତି, ଯାହାକୁ ଲୋକେ ଫଳ ମଣିଷ ବୋଲି ଡାକୁଛନ୍ତି । ଫଳ ମଣିଷ ନାମରେ ସେ ସମଗ୍ର ଅଞ୍ଚଳରେ ପରିଚିତ । ସେ ହେଉଛନ୍ତି ବରୀ ବ୍ଲକ ଅଧିନ ଅଙ୍ଗାଳୋ ଗ୍ରାମର ରମାକାନ୍ତ ରାଉତ ଦିନେ ନିଜ ପୈତୃକ ସମ୍ପତିରୁ ଭାଗ ପାଇବାରୁ ବଂଚିତ ହୋଇ ଗ୍ରାମବାସୀଙ୍କ ସହଯୋଗକ୍ରମେ ସରକାରୀ ଜମିରେ ·ଷକରି ନିଜ ପରିବାର ପ୍ରତିପୋଷଣ କରିଆସୁଅଛନ୍ତି । ଖାଲି ସେତିକି ନୁହେଁ ଏହା ସହ ତିନି ତିନୋଟି ଝିଅଙ୍କୁ ମଧ୍ୟ ନିଜ କୃଷି ଉପାର୍ଜିତ ଅର୍ଥରୁ ବିବାହଘର କରାଇଥିଲେ ।
ପରିଣତ ବୟସରେ ସେ ଗ୍ରାମର ପ୍ରତ୍ୟେକ ପରିବାରକୁ କରଜ ସୁଝିବା ନ୍ୟାୟରେ ଗୋଟିଏ ଗୋଟିଏ ଫଳ ଗଛ ଉପହାର ଦେବାକୁ ଉଦ୍ୟମ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ବରୀ ବ୍ଲକ ଅନ୍ତର୍ଗତ ଅଙ୍ଗାଳୋ ପଞ୍ଚାୟତ ଡିହବାରିଂ ଗ୍ରାମର ୬୫ ବର୍ଷୀୟ ରମାକାନ୍ତ ରାଉତ । ରମାକାନ୍ତ ଘରର ବଡ଼ ପୁଅ ହୋଇ ବି କୌଣସି କାରଣରୁ ପୈତୃକ ସମ୍ପତି ପାଇବାରୁ ବଂଚିତ ହୋଇଥିଲେ । ସେ ପ୍ରକୃତରେ ନିଜର ହକ୍ ପାଇନାହାନ୍ତି ବୋଲି ଗ୍ରାମବାସୀମାନେ ହୃଦୟଙ୍ଗମ କରିବାରୁ ତାଙ୍କୁ ଗ୍ରାମର ସମସ୍ତ ସରକାରୀ ଜମି ·ଷ କରି ପରିବାର ଚଳାଇବାକୁ ସମର୍ଥନ ଦେଇଥିଲେ । ଏହି ·ଷ ଜମିରୁ ଉପାର୍ଜିତ ଅର୍ଥରେ ସେ ନିଜର ପରିବାର ଚଳାଇବା ସହ ତିନି ତିନୋଟି ଝିଅଙ୍କୁ ପାଠ ପାଢ଼ାଇ ବିବାହ ମଧ୍ୟ କରାଇଥିଲେ ।
ଗ୍ରାମବାସୀମାନଙ୍କୁ କରଜ ସୁଝିବା ନ୍ୟାୟରେ ସେ ଛଅ ବର୍ଷ ମଧ୍ୟରେ ସେ ୬୫ଟି ଆମ୍ବ, ୫୦ଟି ଡାଳିମ୍ବ ଓ ପିଜୁଳି ଗଛ ସହ ଅନେକ ଲେମ୍ବୁ ଗଛ ମଧ୍ୟ ସେହି ସରକାରୀ ଜମିରେ ଲଗାଇ ଦେଇଛନ୍ତି । ଏଥି ମଧ୍ୟରୁ ୬ଟି ଆମ୍ବଗଛ ମଧ୍ୟ ଫଳିବା ଆରମ୍ଭ କରିଛି । ଅନ୍ୟ ଗଛ ଗୁଡ଼ିକ ବର୍ଷ ଦୁଇ ବର୍ଷ ମଧ୍ୟରେ ଫଳିବ ବୋଲି ରମାକାନ୍ତ କହନ୍ତି । ନିଜର ଗୁଜୁରାଣ ପାଇଁ ପୂର୍ବପରି ଏହିସବୁ ଫଳଗଛ ମଧ୍ୟରେ ସେ ସାରୁ, ବିଭିନ୍ନ ସାଗ, ଅମୃତଭଣ୍ଡା ଆଦି ପନିପରିବା ମଧ୍ୟ ·ଷ କରିଛନ୍ତି । ମଣିଷ ଯେଉଁ ଜନ୍ମରେ କରଜ କରନ୍ତି ସେହି ଜନ୍ମରେ ସେ ସବୁ ସୁଝିବାର ଆବଶ୍ୟକତା ରହିଛି ବୋଲି ରମାକାନ୍ତ ଚିନ୍ତାକରି ଏଭଳି ପଦକ୍ଷେପ ନେଇଥିବା କଥା ସେ କହିଛନ୍ତି । ଡିହବାରିଙ୍ଗ ଗ୍ରାମରେ ୧୦୩ଟି ପରିବାର ବସବାସ କରନ୍ତି । ନିଜ ମୃତୁ୍ୟ ପୂର୍ବରୁ ସମସ୍ତ ପରିବାରଙ୍କ ଉଦେ୍ଦଶ୍ୟରେ ଗୋଟିଏ ଗୋଟିଏ ଫଳ ଗଛ ଲଗାଇବାକୁ ସେ ଉଦ୍ୟମ ଜାରି ରଖିଛନ୍ତି । ତାଙ୍କର ଫଳ ଗଛ ଲଗାଇବା ନିଷାରେ ପରିଣତ ହୋଇଯାଇଅଛି । ଫଳ ଖାଇ ସୁସ୍ଥ ରହିବାକୁ ଗ୍ରାମାବସୀଙ୍କୁ ନିବେଦନ କରିଛନ୍ତି