ଭଦ୍ରକ :ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ କିପରି ସଫଳ ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ଆଜି ଜିଲ୍ଲାର ୪୮ଟି ବାତ୍ୟା ଆଶ୍ରୟସ୍ଥଳରେ ମକ୍ଡ୍ରିଲ ଅନୁଷ୍ଠିତ ହୋଇଛିା ଜିଲ୍ଲାର ଉପକୂଳବର୍ତ୍ତୀ ୪୧ଟି ଗ୍ରାମ ସହ ସମସ୍ତ ବନ୍ୟା ବାତ୍ୟା ପ୍ରବଣ ଅଞ୍ଚଳର ଲୋକମାନଙ୍କୁ ସଚେତନ କରିବା ସହ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧରେ ଅବଗତ କରାଇବା ପାଇଁ ଏହି ମକ୍ଡ୍ରିଲ ଅନୁଷ୍ଠିତ ହୋଇଥିଲା ।
ପ୍ରତି ବାତ୍ୟା ଆଶ୍ରୟସ୍ଥଳକୁ ଆନୁସଂଗିକ ଖର୍ଚ୍ଚ ବାବଦରେ ସେ୍ୱଚ୍ଛାସେବୀ ସଂଗଠନ ମାଧ୍ୟମରେ ୮ ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା । ନିଜ ନିଜ ଅଞ୍ଚଳ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଳାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାଯର୍ୟ ତଦାରଖ କରିଥିଲୋ ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ, ସ୍ୱୟଂସହାୟିକା ଗୋଷ୍ଠୀ, ସେ୍ୱଚ୍ଛାସେବୀ ସଂଗଠନ, ଏନ୍ଏନ୍ଏସ, ସ୍କାଉଟ ଗାଇଡ, ନେହେରୁ ଯୁବକେନ୍ଦ୍ର, ରେଡକ୍ରସକୁ ସାମିଲ କରାଯାଇଥିଲା । ଜିଲ୍ଲାପାଳ ଡ. ଜ୍ଞାନ ଦାସ ବାସୁଦେବପୁର ବ୍ଲକ ପଢୁଆଁ ପଞ୍ଚାୟତର ଖରପୋଖରୀ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ମକ୍ଡ୍ରିଲ ପରିଦର୍ଶନ କରିଥିଲେ ।