ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲା ବ୍ରହ୍ମପୁରକୁ ଯିବା ରାସ୍ତାରେ ପଡୁଛି କଳିଙ୍ଗା ଘାଟି । ପ୍ରାୟ ୧୦ କିମି ଧରି ରହିଥିବା ଏହି ଘାଟି ଅନେକ ବୁଲାଣି ଏବଂ ବିପଦ ପୁର୍ଣ୍ଣ ରାସ୍ତା ହୋଇଥିବାରୁ ସରକାରଙ୍କ ତରଫରୁ ଏହାକୁ ଅଧ୍ଚଳ ଚଉଡା କରାଯିବା ସହିତ ରାସ୍ତା କଡରେ ପାହାଡ ପଟକୁ ମଜଭୁତ ଗାର୍ଡ ୱାଲ ମଧ୍ୟ ତରିଆରି କରାଯାଇଛି । ରାସ୍ତାକୁ ସୁନ୍ଦର କରାଯିବାପରେ ସେଠାରେ ଦୃତ ଗତିରେ ଗାଡିମଟର ଯାତାୟାତ ଯୋଗୁଁ ତଥା ଜିଲ୍ଲାକୁ ବାହାର ରାଜ୍ୟର ଡ୍ରାଈଭର ମାନଙ୍କର ରାସ୍ତା ବାବଦରେ ଜ୍ଞାନ ନଥିବା କାରଣରୁ ସେଠାରେ ଅନେକ ସଡକ ଦୁର୍ଘଟଣା ମାନ ଘଟବାସହିତି ଅନେକ ଧନ ଜୀବନ ନଷ୍ଟ ହୋଇଛି ।
ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ସେଠାରେ ପୁର୍ତ ବିଭାଗ ତରଫରୁ ଗତି ନିରୋଧକ (ସ୍ପିଡ ବ୍ରେକର) ମାନ ନିର୍ମାଣ କରାଯାଇଛି । ହେଲେ ଏହି ସ୍ପିଡ ବ୍ରେକର ନିର୍ମାଣର ସ୍ଥାନ ନିରୁପଣରେ ତୁ୍ରଟି ରହିଥିବାରୁ ଏହି ରାସ୍ତାରେ ସଡକ ଦୁର୍ଘଟଣା ରୋକିବା କେତେକାଂଶରେ ସଫଳ ହେଉଥିବାବେଳେ ଗାଡି ଡ୍ରାଇଭର ଏବଂ ଯାତ୍ରୀ ମାନଙ୍କର ବିପଦ ବଢାଉଛି ବୋଲି କହିଛନ୍ତି ଏହି ରାସ୍ତାରେ ଯାତାୟାତ କରୁଥିବା ଡ୍ରାଇଭର ମାନେ । ସେମାନଙ୍କ କହିବା ମୁତାବକ ନିରୋଳାରେ ଆସୁଥିବା ଗାଡି ଗୁଡିକର ଡ୍ରାଇଭର ମାନଙ୍କୁ ସେଠାରେ ଗାଡିର ଗତି ଧିମା ହେବାପରେ ସେଠାରେ ଲୁଚିଥିବା ଲୁଟେରାମାନେ ଡ୍ରାଇଭର ଉପରକୁ ପଥର ମାଡ କରି ଗାଡିକୁ ଅଟକାଇ ସେମାନଙ୍କ ଟଙ୍କା ଏବଂ ଅନ୍ୟାନ୍ୟ ମୁଲ୍ୟବାନ ଜିନିଷ ଲୁଟି ନେଉଛନ୍ତି । ଏହି ଘଟଣା ବାବଦରେ ସେମାନେ ପୋଲିସର ସହାୟତା ନେବାକୁ ଚାହିଁଲେ ମଧ୍ୟ ନିକଟରେ ଲୌଣସି ପୋଲିସ ଲର୍ମଚାରୀ କିମ୍ବା ଥାନା ନଥିବାରୁ ସେଠାରେ ଲୋକଙ୍କର ସୁରକ୍ଷା ବାବଦରେ ଅନିଶ୍ଚିତତା ରହୁଛି ।
କୌଣସି ଘଟଣା ଘଟିଲେ ସେମାନଙ୍କୁ ଘୁ.ଉଦୟଗିରି ଥାନାକୁ ପ୍ରାୟ ୫୦ କିମି ବାଟ ଯିବାକୁ ପଡୁଛି ପୋଲିସର ସହାୟତା ପାଇବାକୁ । ତେଣୁ ସେଠାରେ ନିର୍ମାଣ କରାଯାଇଥିବା ଗତିନିରୋଧକ ଗୁଡିକ ଦୁର୍ଘଟଣାକୁ ରୋକିବା ସହିତ ସେଠାରେ ଲୁଟତରାଜ ହେବାରେ ମଧ୍ୟ ସହାୟକ ହେଉଛି । ଏହିଭଳି ଘଟଣା ମାନ ସେଠାରେ ବାରମ୍ବାର ଘଟୁଛି ବୋଲି କହିଛନ୍ତି ଟ୍ୟାକ୍ସର ଡ୍ରାଇଭର ମାନେ । ବିଶଷତଃ ସେମାନେ କୌଣସି ଯାତ୍ରୀକୁ ନେଇ କିମ୍ବା ଏକାକି ଏହି ରାସ୍ତାରେ ଆସୁଥିବା ବେଳେ ଏହିଭଲି ଘଟଣା ଘଟୁଛି ବୋଲି କହିଛନ୍ତି । ତେଣୁ କଳିଙ୍ଗା ଘାଟିରେ ଗତି ନିରୋଧକ ନିର୍ମାଣ କରିବା ପାଇଁ ଏହିସବୁ ଘଟଣାକୁ ଦୃଷ୍ଟିରେ ରଖି ନିର୍ମାଣ କରିବାର ଆବଶ୍ୟକତା ରହିଛି । ଅନ୍ୟଥା ସେଠାରେ ପୋଲିସ ପାଟୋ୍ରଲିଙ୍ଗ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଡ୍ରାଇଭର ମାନେ ।