ଫୁଲବାଣୀ(Santosh Mishra) : ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ସମସ୍ତ ହାଇସ୍କୁଲରେ ୧୯୯୮ ମସିହାରେ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଦୀର୍ଘ ୨୪ ବର୍ଷ ପରେ ଏକାଠି ହୋଇଛନ୍ତି । ଫୁଲବାଣୀରେ ରହୁଥିବା କିଛି ବାଲ୍ୟ ବନ୍ଧୁଙ୍କ ପ୍ରଚେଷ୍ଟାରେ ଏହି ବନ୍ଧୁ ମିଳନ ସମ୍ଭବ ହୋଇଥିବା ବେଳେ ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ସାମିଲ୍ ହୋଇଥିଲେ । ପିଲାସାଲୁଙ୍କି ଡ଼୍ୟାମ୍ ନିକଟରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
କଟକ , ଭୁବନେଶ୍ୱର , ବ୍ରହ୍ମପୁର , ବଲାଙ୍ଗିର ସମେତ ବାଙ୍ଗାଲୋର ଓ ହାଇଦ୍ରାବାଦ ଭଳି ବିଭିନ୍ନ ଦୂରଦୂରାଞ୍ଚଳରେ ରହିଥିବା ପୁରାତନ ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ୍ ହୋଇ ନିଜ ନିଜ ମଧ୍ୟରେ ସ୍ମୃତି ବାଣ୍ଟିବା ସହିତ ସେଲଫ୍ି ନେଇଥିଲେ । ଆଗାମୀ ଦିନରେ ପ୍ରତି ବର୍ଷ ଏହି ବନ୍ଧୁମିଳିନ କାର୍ଯ୍ୟକ୍ରମ ଜାରି ରିହବ ବୋଲି ନିଷ୍ପତି ନେଇଥିବା ବେଳେ ଏହି ବ୍ୟାଚ୍ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ମଧ ନିଷ୍ପତି ନିଆଯାଇଛିି ।