Odisha news

କନ୍ଧମାଳ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ଦ୍ୱିବାର୍ଷିକ ବୈଠକ, ନୁତନ କର୍ମକର୍ତା ଚୟନ : ସଭାପତି ପ୍ରଶାନ୍ତ ବେହେରା, ସମ୍ପାଦକ ବ୍ରଜ ମୋହନ ନାୟକ

0

ଫୁଲବାଣୀ(Santosh Mishra) :  କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନ(ଓୟୁଜେ ଅନୁବନ୍ଧିତ)ର ଏକ ସାଧାରଣ ପରିଷଦ ବୈଠକ ଜିଲ୍ଲାର ଫିରିଙ୍ଗିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଳକର ୫୦ ଜଣରୁ ଅଧିକ ସମ୍ବାଦିକ ଯୋଗ ଦେଇଥିଲେ । ଓଡିଶା ସାମ୍ବାଦିକ ୟୁନିୟନର ନିୟମ ଅନୁାସାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୁର୍ବତନ ଫୁଲବାଣୀ ବିଧାୟକ ଦୁଗୁନୀ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ମହାନ୍ତି ପରିଚାଳନା କରିଥିଲେ । କୋଭିଡରେ ସଂକ୍ରମିତ ହୋଇ କନ୍ଧମାଳ ଜିଲ୍ଲାର ଜଣେ କାର୍ଯ୍ୟରତ ସାମ୍ବାଦିକ ସ୍ୱାର୍ଗତ ତାରୀଣି ଚରଣ ପାଢୀଙ୍କ ଆତ୍ମାର ସଦଗତି ପାଇଁ ପ୍ରଥମେ ଦୁଇ ମିନିଟ ନିରବ ପ୍ରର୍ଥନା କରାଯାଇଥିଲା । କୋଭିଡ ସମୟରେ ଜିଲ୍ଲାରେ ସାମ୍ବାଦିକ ମାନଙ୍କର ଦାୟୀତ୍ୱ ଏବଂ କାର୍ଯ୍ୟଶୈଳୀ ବାବଦରେ ଏକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି କରି ଜିଲ୍ଲାର ଗ୍ରାମାଂଚଳଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ଅଂଚଳରେ ଥିବା ଗଣମାଧ୍ୟମ ପ୍ରତିନିଧି ମାନେ ନିଜର ଜୀବନକୁ ବାଜି ଲଗାଇ ସମାଜ କଲ୍ୟାଣ ପାଇଁ ନିଜକୁ ନିୟୋଜିତ କରିଥିଲେ । ଏହି ସମୟରେ କାର୍ଯ୍ୟରତ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଦେହାନ୍ତ ହେବା ସହିତ କିଛି ସାମ୍ବାଦିକ ମାନେ ଏଥିରେ ଆକ୍ରାନ୍ତ ହୋଇଥିଲେ । ଏହାକୁ ଖାତିର ନ କରି ସେମାନେ ସମାଜର କଲ୍ୟାଣ ଦିଗରେ ପ୍ରଶାସନ ଏବଂ ପୋଲିସ ତଥା କୋଭିଡ ସଂକ୍ରମଣକୁ ଭୟ ନକରି କାର୍ଯ୍ୟ କରିଆସିଛନ୍ତି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବରେ ଫିରିଙ୍ଗିଆ ପଂଚୟାତ ମହାବିଦ୍ୟାଳୟର ଯୁକ୍ତ ୩ର ଅଧ୍ୟକ୍ଷ ନବଘନ ସାହୁ ସାମ୍ବାଦିକ ମାନଙ୍କୁ ନାରଦଙ୍କ ସହ ତୁଳନା କରିବା ସହିତ ସେମାନେ ନିଜର ମଙ୍ଗଳକୁ ପଛରେ ପକାଇ ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଚାଲିଛନ୍ତି । ସେଥିପାଇଁ ସେମାନଙ୍କୁ ଜଣେ ଜଣେ ଉଚ୍ଚକୋଟିର ସମାଜସେବୀ ବୋଲି କହିଥିଲେ । ପରେ ଜିଲ୍ଲା ସଂଘର ନୁତନ କର୍ମକର୍ତା ଚୟନ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ଭାବରେ ଅଶୋକ କୁମାର ମହାନ୍ତି ଦାୟୀତ୍ୱ ସମ୍ପାଦନ କରିଥିଲେ । କର୍ମକର୍ତା ମାନଙ୍କ ମଧ୍ୟରେ ନୁତନ ସଭାପତି ଭାବରେ ପୁନର୍ବାର ପ୍ରଶାନ୍ତ କୁମାର ବେହେରାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ସେହିପରି କାର୍ଯ୍ୟକାରୀ ସଭାପତି ଭାବରେ ବାଲିଗୁଡାର ଅସିତ କୁମାର ବେହେରା,ଉପସଭାପତି ଭାବରେ ଭଗବତୀ ପ୍ରସାଦ ସାବତ,ଦାରିଙ୍ଗବାଡିର ଅରୁଣ କୁମାର ସାହୁ ଏବଂ ଫୁଲବାଣୀର ବଳଦେବ ବେହେରାଙ୍କୁ ଚୟନ କରାଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ଫୁଲବାଣୀର ବ୍ରଜମୋହନ ନାୟକ,ସମ୍ପାଦକ ଭାବରେ ଫିରିଙ୍ଗିଆର ସୁବ୍ରତ କୁମାର ମହାନ୍ତି,ଚକାପାଦର ପ୍ରତାପ କୁମାର ବେହେରା ଏବଂ ପ୍ରବୀଣ କୁମାର ପଟ୍ଟନାୟକ କୋଷାଧ୍ୟକ୍ଷ ଭାବରେ ମନୋଜ କୁମାର ଗୌଡ,ସଂଘର କଲ୍ୟାଣ ପଣ୍ଠି ସଂଯୋଜକ ଭାବେ ଅଶୋକ କୁମାର ମହାନ୍ତିଙ୍କୁ ଚୟନ କରାଯାଇଥିବାବେଳେ ମିଡିଆ କୋଡିନେଟର ଭାବେ ସନ୍ତୋଷ କୁମାର ମିଶ୍ର,ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଭାବରେ ପ୍ରତାପ କୁମାର ବେହେରା,ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ସଦସ୍ୟ ଭାବରେ ବିପ୍ରଚରଣ ସାହୁ ଏବଂ ଆଇନ ଉପଦେଷ୍ଟା ଭାବରେ ଆଦିତ୍ୟ କୁମାର ତି୍ରପାଠୀ ଏବଂ ବିରେନ୍ଦ୍ର କୁମାର ସୁବୁଦ୍ଧିଙ୍କୁ ଚୟନ କରାଯାଇଛି ।

 

Leave A Reply