Odisha news

ଜିଲ୍ଲାରେ ଜଣେ ମାତ୍ର ନୁଆ କୋଭିଡ ସଂକ୍ରମିତ ଚିହ୍ନଟ , ମୋଟ ୫,୯୧୯

0

ଫୁଲବାଣୀ(Santosh Mishra) : କନ୍ଧମାଳ ଜିଲ୍ଲାରେ କିଛି ଦିନ ହେଲା ନୁଆ କୋଭିଡ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ପରିଲକ୍ଷିତ ହେଉଛି । ଗତ ଦୁଇ ଦିନ ହେଲା ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଶୁନ ରହିଥିଲା ଜିଲ୍ଲରେ ଜଣେ ମାତ୍ର ନୁଆ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

କୋଭିଡ ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ଲୋକଙ୍କର ମଧ୍ୟରେ ଏଥିପ୍ରତି ସତର୍କତା ମଧ୍ୟ ପୁର୍ବ ଅନୁପାତରେ କମିଥିବାର ଦେଖାଯାଇଛି । ଏହାକୁ ମିଶାଇ କନ୍ଧମାଳ ଜିଲ୍ଲାରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫,୯୧୯ ହୋଇଛି । ସେଥି ମଧ୍ୟରୁ ୫,୮୮୦ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି । କୋଭିଡ ସଂକ୍ରମଣରେ ଜିଲ୍ଲାର ୩୩ ଜଣଙ୍କର ମୃତୁ୍ୟ ହୋଇଛି । ଆଉ ୬ ଜଣ ସଂକ୍ରମିତ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି । ଆଜିର ଚିହ୍ନଟ ଜଣକ ଫୁଲବାଣୀ ପୌରାଂଚଳର ଜଣେ ଜଣେ ୩୬ ବର୍ଷୀୟ ପୁରୁଷ ରହିଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ସୂଚନା ମିଳିଛି ।

Nalco
Leave A Reply