Odisha news

ଫୁଲବାଣୀରେ ୫୮ତମ ଗୃହରକ୍ଷୀ ବାହୀନି ପ୍ରତିଷ୍ଠା ଦିବସ ପାଳିତ

0

ଫୁଲବାଣୀ :  ଫୁଲବାଣୀ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆରେ ଆଜି ଜିଲ୍ଲା ସ୍ତରୀୟ ୫୮ତମ ଗୃହରକ୍ଷୀ ବାହୀନି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନ ବିହାରୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାରେ ମୋଟ ୫୧୫ ଜଣ ଗୃହରକ୍ଷୀ କାର୍ଯ୍ୟରତ ଥିବାବେଳେ ସେଥିରୁ ୪୭୪ ଜଣ ପୁରୁଷ ଏବଂ ୪୧ ଜଣ ମହିଳା ରହିଛନ୍ତି । ସେମାନଙ୍କର ଉସôର୍ଗିକୃତ ସେବା ଯୋଗୁ ଜିଲ୍ଲାର ବିଭିନ୍ନ ଅଂଚଳରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ,ସଡକ ଦୁର୍ଘଟଣା ଏବଂ ଚଳିତ କୋଭିଡ ସଂକ୍ରମଣ ସମୟରେ ପୋଲିସ ବିଭାଗ ସହିତ କାନ୍ଧକୁ କାନ୍ଧ ମିଳାଇ ନିଜକୁ ବିପଦରେ ପକାଇ ଲୋକଙ୍କୁ ସେବା ପ୍ରଦାନ କରି ଆସିଥିବାରୁ ସେମାନଙ୍କୁ ସାଧୁବାଦ ଦେଇଛନ୍ତି ।

ଅନ୍ୟତମ ଅତିଥି ଭାବରେ ଡି.ଏସ.ପି ସୂର୍ଯ୍ୟକାନ୍ତ ରାୟ,ରିଜର୍ଭ ଆର.ଆଇ ଧର୍ମେନ୍ଦ୍ର ପ୍ରଧାନ,ଇନକ୍କେକ୍ଟର ତି୍ରପତି ଚୌଧୁରୀ ଏବଂ ସର୍ଜେଣ୍୍ଟ ସରୋଜ କୁମାର ବେହେରାଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଏବଂ ଗୃରକ୍ଷୀ ବାହୀନିର ଅଧିକାରୀ ମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯିବାପରେ ଜାତୀୟ ସଙ୍ଗୀତ ଗାନ ଏବଂ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟ ଅତିଥି ମାନେ ଗୃହରକ୍ଷୀ ବାହୀନିର ଉତମ ଏବଂ ନିରନ୍ତ ସେବା ପ୍ରଦାନ ପାଇଁ ସମସ୍ତ ଗୃହରକ୍ଷୀ ବାହୀନିକୁ ସାଧୁବାଦ ଦେବା ସହିତ ଏହି କାର୍ଯ୍ୟ ଶୈଳିକୁ ଜାରୀ ରଖିବାକୁ ଆଗ୍ରହ କରିଥିଲେ ।

Leave A Reply