ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ୪ଦିନ ପରେ ଦୁଇ ଜଣ ନୁଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଗତ ୨ ତାରିଖ ପରଠାରୁ ଜିଲ୍ଲାରେ ନୁଆ ସଂକ୍ରମିତଙ୍କ ସଂଖ୍ୟା ୧ ଏବଂ ଶୁନ ରହିଥିବା ବେଳେ ଆଜି ପୁଣି ଜିଲ୍ଲାରେ ୨ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଏହି ମାନଙ୍କୁ ମିଶାଇ କନ୍ଧମାଳ ଜିଲ୍ଲାରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫,୯୧୧ ହୋଇଛି । ସେଥି ମଧ୍ୟରୁ ୫,୮୭୨ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି । କୋଭିଡ ସଂକ୍ରମଣରେ ଜିଲ୍ଲାର ୩୩ ଜଣଙ୍କର ମୃତୁ୍ୟ ହୋଇଛି । ଆଉ ୬ଜଣ ସଂକ୍ରମିତ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି । ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳର ଜଣେ ୨୩ ବର୍ଷିୟା ମହିଲା ଏବଂ ଘୁ.ଉଦୟଗିରି ଅଂଚଳର ଜଣେ ୪୭ ବର୍ଷୀୟ ପୁରୁଷ ରହିଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
