ଫୁଲବାଣୀ : ପୋଲିସ ଗୁଳିରେ ୪ ହାର୍ଡକୋର ମାଓବାଦୀ ଏନକାଉଣ୍ଟର : ମିଳିନି ମୃତ ମାଓବାଦୀଙ୍କ ପରିଚୟ,ସିର୍ଲା ପଂଚାୟତବାସୀ ଭୟଭୀତ ଅବସ୍ଥାରେ
ଫୁଲବାଣୀ : ରବିବାର କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକର ସିର୍ଲା ପଂଚାୟତର ସିର୍ଲା ଜଙ୍ଗଲରେ ପୋଲିସ ଗୁଳିରେ ୪ ମାଓବାଦୀଙ୍କ ମୃତୁ୍ୟ ହୋଇଛି ଏବଂ ଏହାସହିତ ଜବାନ ମାନଙ୍କ ମଧ୍ୟରୁ କିଛି ମଧ୍ୟ ଆହତ ହୋଇ ଚିକିସôିତ ହେଉଛନ୍ତି । ତେବେ ଆଜି ମୃତ ମାଓବାଦୀ ମାନଙ୍କର ଶବକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟବଛେଦ କରାଯାଇଛି । ଏଯାବତ ମୃତ ମାଓବାଦୀମାନଙ୍କର ପରିଚୟ ଏଯାଏଁ ମିଳିନଥିବା କନ୍ଧମାଳ ଏସପି ପ୍ରତୀକ ସିଂ କହିଛନ୍ତି । ଏନକାଣ୍ଟର ହୋଇଥିବା ସ୍ଥଳ ଅଂଚଳରେ ଦୀର୍ଘଦିନ ଧରି ମାଓବାଦୀମାନେ କ୍ୟାମ୍ପ କରି ରହିଥିବା ବାଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର କ୍ୟାମ୍ପକୁ ଧ୍ୱଂସ କରିଥିଲା ପୋଲିସ ।
ଏହାପରେ ଏବେ ସିର୍ଲା ଗ୍ରାମପଂଚାୟତ ଅଂଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଗାଁ ଲୋକେ ସଂପୂର୍ଣ୍ଣ ଭୟଭୀତ ହୋଇପଡିଛନ୍ତି । ବିଶେଷକରି ଜଙ୍ଗଲ ପାହାଡ ତଳିରେ ଥିବା ଗାଁ ଗୁଡିକରେ ରହୁଥିବା ଲୋକେ ସଂପୂର୍ଣ୍ଣ ଡରି ଯାଇଛନ୍ତି । ମାଓବାଦୀ ମାନେ ଗାଁର କିଛି ଲୋକଙ୍କୁ ସନେ୍ଦହ କରୁଛନ୍ତି । ଗାଁ ଲୋକେ ପୋଲିସ ଇନଫର୍ମର ଭାବେ କାମ କରି ପୋଲିସକୁ ସେମାନଙ୍କୁ ଗୁପ୍ତ କ୍ୟାମ୍ପ ସଂପର୍କରେ ସଠିକ୍ ତଥ୍ୟ ଦେବା ଫଳରେ ପୋଲିସ ସକାଳୁ ସକାଳୁ ଅତର୍କିତ ଭାବେ ପଂହଚି ଗୁଳି କରିବା ଫଳରେ ତାଙ୍କର ୪ ଜଣ ସାଥି କମ୍ରେଡଙ୍କର ମୃତୁ୍ୟ ଘଟିଲା । ଅନେକ ଆହତ ହୋଇଛନ୍ତି ମଧ୍ୟ । ଏଣୁ, ମାଓବାଦୀ ମାନେ ଗାଁର ପୋଲିସ ଇନଫର୍ମର ସନେ୍ଦହରେ କେତେକଙ୍କୁ ହତ୍ୟା କରିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଫଳରେ ଏବେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ପୋଲିସ ସେମାନଙ୍କୁ ସୁରକ୍ଷା ଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ ।