ବାଇବାଲି ଜଙ୍ଗଲରେ କୁମ୍ବିଙ୍ଗବେଳେ ଗୁଳି ବିନିମୟ : ୩୦ ମିନିଟ ହୋଇଥିଲା ଗୁଳି ବିନିମୟ ଦେଶୀ ବନ୍ଧୁକ ଜବତ, ସାମ୍ବାଦିକ ସମ୍ମୀଳନିରେ ସୁଚନା ଦେଲେ ଏସପି
ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଂଚଳରେ ଥିବା ବାଇବାଲି ସଂରକ୍ଷିତ ଜଙ୍ଗଲରେ ବୁଧବାର ଦିନ ସକାଳୁ ପୁଲିସ ପକ୍ଷରୁ କରାଯାଇଥିବା କୁମ୍ବିଙ୍ଗ ଅପରେସନ ବେଳେ ମାଓବାଦୀଙ୍କ ସହିତ ମୁହାଁମୁହିଁ ହେବାପରେ ଗୁଳି ବିନିମୟ ହୋଇଥିବା ଘଟଣାର ସୁଚନା ଦେଇଛନ୍ତି କନ୍ଧମାଲ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ଏହି ଅବସରରେ ତାଙ୍କ ସହିତ ପୋ୍ରବେସନ ଆଇ.ପି.ଏସ ଅଧିକାରୀ ନିତେଶ ୱାଦୱାନି ମଧ୍ୟ ଉପସ୍ଥିତ ଥିଲେ । । ଗୁଳି ବିନିମୟ ପରେ ସେଠାରେ ସର୍ଚ୍ଚ ଅପରେସନରେ ବେଳେ ପୁଲିସକୁ ସେଠାରୁ ଜବାନ ମାନଙ୍କୁ ଏକ ଦେଶୀ ବନ୍ଧୁକ ସମେତ ଗୋଟିଏ ଜୀବନ୍ତ ଗୁଳି ଏବଂ ଏକ ଛୋଟ ବ୍ୟାଟେରୀ ଏବଂ କିଛି ମାଓ ପୁସ୍ତିକା ମିଳିଥିବା ମଧ୍ୟ ସୁଚନା ଦେଇଛନ୍ତି । ବିଶ୍ୱସ୍ଥ ସୁତ୍ରରୁ ରାଇକିଆ ଥାନା ଅଂଚଳରେ ଥିବା ବାଇବାଲି ସଂରକ୍ଷିତ ଜଙ୍ଗଲରେ ମାଓ ଗତିବିଧି ଥିବା ସୁଚନା ପାଇବାପରେ ୨୮ ତାରିଖ ମଙ୍ଗଳବାର ଦିନ କନ୍ଧମାଳ ପୁଲିସ ପକ୍ଷରୁ ଏସଓଜି ଏବଂ ଡିଭିଏଫ ଜବାନ ମାନଙ୍କ ଦ୍ୱାରା ମିଳିତ ଭାବରେ କୁମ୍ବିଙ୍ଗ ଅପରେସନ ଜାରୀ କରାଯାଇଥିଲ ।
୩୦ ତାରିଖ ଗୁରୁବାର ସକାଳେ ବାଇବାଲି ଜଙ୍ଗଲରେ ମାଓବାଦୀଙ୍କ ସହିତ ଜବାନ ମାନଙ୍କର ମୁହାଁମୁହିଁ ହୋଇଥିଲା । ଜବାନ ମାନଙ୍କୁ ଦେଖି ମାଓବାଦୀ ମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଅତର୍କିତ ଭାବରେ ଅନ୍ଧାଧୁନ ଗୁଳି ଚାଳନା କରିଥିଲେ । ପୁଲିସ ପକ୍ଷରୁ ସେମାନଙ୍କୁ ଚେତାବନୀ ଦେବାପରେ ଜବାନ ମାନଙ୍କ ପକ୍ଷରୁ ନିୟନ୍ତ୍ରିତ ଭାବରେ ପାଲଟା ଗୁଳି ଚାଳନା କରାଯାଇଥିଲା । ସେଠାରେ ପ୍ରାୟ ୩୦ ମିନିଟ୍ ଧରି ଗୁଳିବିନିମୟ ହୋଇଥିଲା । ତେବେ ଘଂଚ ଜଙ୍ଗଲ ଆଢୁଆଳରେ ମାଓବାଦୀ ମାନେ ସେଠାରୁ ଖସି ପଳାଇଥିଲେ ବୋଲି କହିଥିଲେ ଏସପି । ମାଓବାଦୀ ମାନଙ୍କ ପଳାୟନ ପରେ ସେଠାରେ ସର୍ଚ୍ଚ ଅପରେସନ ଜାରୀ କରାଯାଇଥିଲା ।
ସେଠାରୁ ଏକ ଦେଶୀ ବନ୍ଧୁକ ସମେତ କିଛି ମାଓ ସାମଗ୍ରୀ ଜବାନ ମାନେ ଜବତ କରିଥିବା କହିଛନ୍ତି । ତେବେ ସେଠାରେ ଓଡିଶା ମାଓ କ୍ୟାଡରର ପ୍ରାୟ ୨୦ ରୁ ଅଧିକ ମାଓବାଦୀଙ୍କ ଉପସ୍ଥିତି ଥିବା ଜଣାଇଛନ୍ତି ଏସପି । ଜିଲ୍ଲାରେ ମାଓବାଦୀ ମାନଙ୍କର ଗତିବିଧି ରହିଥିବାରୁ ସମସ୍ତ ଉପଦୃତ ଅଂଚଳରେ କୁମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଛି ଏବଂ ଏହା ଜାରୀ ରହିବ ବୋଲି ମଧ୍ୟ କହିଛନ୍ତି ସେ । ଜିଲ୍ଲାର ଖମନଖୋଲରେ ସିଆରପିଏଫର ମାଓ ବିରୋଧି ବାଟାଲିଅନ ଏକ କ୍ୟାମ୍ପ ଜରିଆରେ ସେହି ଅଂଚଳରେ ମାଓବାଦୀଙ୍କର ଗତିବିଧି ନିରୀକ୍ଷଣ କରିବା ସହିତ ସେମାନଙ୍କୁ ନିୟମନ୍ତ୍ରଣ କରିବା ପାଇଁ ନିୟୋଜିତ ହୋଇଛି । ସେହି ଶିବିର ପରିଦର୍ଶନରେ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଗସ୍ତରେ ଆସି ଜବାନମାନଙ୍କର ମନୋବଳ ବଢାଇବା ସହିତ ସେମାନଙ୍କର ଭଲମନ୍ଦ ବିଷୟରେ ଏବଂ ମାଓବାଦୀ ଦମନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରି ଥିଲେ ବୋଲି ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଏସପି ।