Odisha news

ଫୁଲବାଣୀ ସମେତ ବିଭିନ୍ନ ଅଂଚଳରେ ବିଜେଡ଼ିର ଜନ ସେଚତନତା ଅଭିଯାନ

0

ଫୁଲବାଣୀ (Santosh Mishra) :  ଆଜି ଫୁଲବାଣୀ ସଦରମହକୁମାଠାରେ କନ୍ଧମାଳ ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଯୋଗୁଁ ଲୋକଙ୍କୁ ଏଥିରେ ଭୟଭୀତ ନହୋଇ ଏହାର ନିରାକରଣ ପାଇଁ ସମଗ୍ର କନ୍ଧମାଳ ଜିଲ୍ଲାର ଲୋକଙ୍କୁ ସତର୍କ ରହିବା ସହିତ ଆବଶ୍ୟକୀୟ ସତର୍କତାର ପଦକ୍ଷେପ ନେବାକୁ ଲୋକଙ୍କୁ କୁହାଯାଇଛି । ଏହି ସଂକ୍ରନ୍ତରେ ବିଜେଡି ତରଫରୁ ଏକ ଶୋଭାଯାତ୍ରା ସ୍ଥାନୀୟ କୋର୍ଟ ଛକଠରୁ ବାହାରି ଫୁଲବାଣୀ ସହରର ମୁଖ୍ୟ ରାସ୍ତାରେ ନଗର ପରିକ୍ରମା କରିବା ସହିତ କରୋନା ପାଇଁ ବିଭିନ୍ନ ସଚେତନତା ବାର୍ତା ପ୍ରଚାର କରାଯାଇ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।

ବିଜେଡି କନ୍ଧମାଳର ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ କମଳ ବେହେରା,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର,ଜିଲ୍ଲା ବିଜୁଜନତା ଦଳର ମହିଳା ସଭାନେତ୍ରୀ ଅନିମା କହଁର,ପୁର୍ବତନ ଫୁଲବାଣୀ ପୌରାଧ୍ୟକ୍ଷ ରାଜେନ୍ଦ୍ର କହଁର,ଆଇନଜୀବି ଶିବପ୍ରସାଦ ତି୍ରପାଠୀ,ପ୍ରତାପ କୁମାର ପାତ୍ର,ଅସୀମ ପ୍ରହରାଜ,ବିରୁପାକ୍ଷ ପଣ୍ଡା,ଏସ.ସି ସେଲ ସଭାପତି ପଙ୍କଜ ବେହେରା,ନମିତା ବେହେରା,ପୂନମ କହଁର,ଗୀତାଞ୍ଜଳି ବେହେରା,ନଳିନି ବେହେରାଙ୍କ ସମେତ ଦଳର ଅନ୍ୟ କର୍ମୀମାନେ ଯୋଗ ଦେଇଥିଲେ । ଫୁଲବାଣୀ ନଗର ସଭାପତି ସୁଧିର କହଁରଙ୍କ ପରିଚାଳନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଫୁଲବାଣୀର ସବୁ ବର୍ଗର ଲୋକଙ୍କୁ ଏହି ସଚେତନତାର ବାର୍ତ ପ୍ରଦାନ କରାଯିବା ସହିତ ସେମାନଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା ।

ସେହିପରି ରବିବାର ଦିନ ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ଠାରେ ବ୍ଳକ ବିଜେଡ଼ି ପକ୍ଷରୁ କରୋନା ମହାମାରୀ ପାଇଁ ଆବଶ୍ୟକ ସତର୍କତା ଓ ସଚେତନା କରାଇବା ପାଇଁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଜାର ମଧ୍ୟରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । । ଏଥିରେ ଫୁଲବାଣୀ ବ୍ଳକ ଅଧ୍ୟକ୍ଷା ମଞ୍ଜୁଦେବୀ କହଁର , ବିଜେଡ଼ି ଯୁବସଭାପତି ବିଷ୍ଣୁ ମଲିକ , ଜିଲା ବିଜେଡ଼ି ଛାତ୍ର ସଭାପତି ସୁନିଲ୍ ସେଠୀ , ପୂର୍ବତନ ଜିଲା ପରିଷଦ ସଭ୍ୟା ନମିତା ମଲିକ , ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ବିଶ୍ୱାଳ , ଯୁବନେତା ସଞ୍ଜିତ ମଲିକ , ବ୍ଳକ ମହିଳା ସଭାନେତ୍ରୀ ରମାନେଦୀ ବିଶୋୟୀ ଏବଂ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଭଜମନ କହଁର ଓ ଅନ୍ୟମାନେ ସାମିଲ୍ ହୋଇଥିଲେ । ବ୍ଳକ ବିଜେଡ଼ି ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ବିଜେଡ଼ି ନେତା ଓ କର୍ମୀମାନେ ଏଥିରେ ସାମିଲ୍ ହୋଇ ସଚେତନତା କରିବା ସହିତ ମାସ୍କ ବଣ୍ଟନ କରାଯାଇଥିଲା ।

Leave A Reply