Odisha news

ଫୁଲବାଣୀ : ବାଇକ୍ ଓ ଟ୍ରକ ଧକ୍କାରେ ମହିଳାଙ୍କର ମୃତୁ୍ୟ,କ୍ଷତିପୁରଣ ଦାବୀରେ ଲୋକଙ୍କ ଉତେଜନା

0

ଫୁଲବାଣୀ,୦୩/୦୭ ଆଜି କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅଂଚଳରେ ଥିବା ଜରିଘାଟି ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକରେ ବସିଥିବା ଜଣେ ୫୫ ବର୍ଷର ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଛି । କୋଟଗଡରୁ ବାଲିଗୁଡା ଆଡକୁ ଯାଉଥିବା ଏକ ମାଲବାହୀ ଟ୍ରକ୍ (ଏମ.ଏଚ୍-୪୦ ବିଜି-୬୦୫୭) ସହିତ ଅପର ପଟରୁ ଆସୁଥିବା ଗୋଟିଏ ବାଇକ (ଓଡି-୮-ଏନ-୧୯୧୬) ନମ୍ବର ଥିବା ଏକ ହୀରୋବାଇକ ସହିତ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ଜଣେ ମହିଳା ତୁଳସା ରଣାଙ୍କର ମୁଣ୍ଡ ଉପରେ ଟ୍ରକର ଚକ ମାଡିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଛି । ବାଇକ ଚାଳକ ମୃତ ମହିଳାଙ୍କ ପୁଅ ପିଣ୍ଟୁ ରଣା ଅଅହତ ହୋଇଥିଲା ତାଙ୍କୁ ସ୍ଥନୀୟ ଲୋକଙ୍କ ସହାୟତାରେ କୋଟଗଡ ଚିକିସôାଳୟକୁ ପଠାଯାଇଛି ।

ଘଟଣା ପରେ ଟ୍ରକର ଡ୍ରାଇଭର ଓ ହେଲପର ସେଠାରୁ ଫେରାର୍ ହୋଇଯାଇଛନ୍ତି । ଖବର ପାଇ ତୁମୁଡିବନ୍ଧ ଥାନା ଅଧିକାରୀ ବାବାଶଙ୍କର ଶରାଫ ସେଠାରେ ପହଂଚି । ମୃତ ଦେହକୁ ବ୍ୟବଛୈଦ ପାଇଁ ପଠାଇବା ସହିତ ଏକ ମାମଲା ୫୪/୨୦୨୦ ରୁଜ୍ଜୁ କରି ଘଟଣାର ତଦନ୍ତ କରିବା ସହିତ ଫେରାର ଟ୍ରାଇଭର ଓ ହେଲପରକୁ ଖୋଜିବା ବ୍ୟବସ୍ଥା କରିଛନ୍ତି । ତେବେ ଏହି ଘଟଣାପରେ ମୃତ ମହିଳାଙ୍କ ଅବସ୍ଥା ଦେଖି ଅଂଚଳରେ ଚାପା ଉତେଜନା ସୃଷ୍ଟି ହେବା ସହିତ ଉତ୍ୟକ୍ତ ଲୋକେ ମୃତକର ପରିବାରକୁ କ୍ଷତି ପୁରଣ ପ୍ରଦାନ ପାଇଁ ଦାବୀ କରିଥିଲେ । ଫଳରେ ସେଠାରେ ଯାତାୟାତ ବାଧା ପାଇଥିଲା । ପୋଲିସ ଲୋକଙ୍କୁ ବୁଝାବୁଝା କରିବାପରେ ସେଠାରେ ଅବସ୍ଥା ସୁଧୁରି ଥିଲା ।

 

 

Nalco
Leave A Reply