Odisha news

କନ୍ଧମାଳ ପୋଲିସ ପକ୍ଷରୁ ରାଷ୍ଟୀ୍ରୟ ଏକତା ଦିବସ ଓ ଲୌହମାନବ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କର ୧୪୫ତମ ଜୟନ୍ତୀ ପାଳିତ

0

ଫୁଲବାଣୀ,୩୧ା୧୦(Santosh Mishra) : ଆଜି କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଫୁଲବାଣୀ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆ ଠାରେ ରାଷ୍ଟୀ୍ରୟ ଏକତା ଦିବସ ଏବଂ ଭାରତର ଲୌହମାନବ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କର ୧୪୫ତମ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ଯୋଗ ଦେଇ ଦେଶର ଲୌହମାନବ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କର ଦେଶ ପ୍ରେମ ଏବଂ ଦେଶର ଅଖଣ୍ଡତା ପାଇଁ ତାଙ୍କର ଦୃଢ ନିଷ୍ଠା ଓ ପ୍ରଚେଷ୍ଟା ବିଷୟରେ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ପୋଲିସ ଅଧିକାରୀ ଏବଂ ଜବାନ ମାନଙ୍କୁ ଅବଗତ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନବିହାରୀ ବେହେରା,ସୁରେଶଚନ୍ଦ୍ର ଜେନା,ଡିଏସପି କୃଷ୍ଣପ୍ରସାଦ ପଟ୍ଟନାୟକ,ସୂର୍ଯ୍ୟକାନ୍ତ ରାୟ,ଆଲବିନସ କେରକେଟା,ଇନ୍ସପେକ୍ଟର ସମୀର ରାଉତ,ତି୍ରପତି ଚୌଧୁରୀ,ରିଜର୍ଭ ପୋଲିସ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଏବଂ ଜବାନ ମାନେ ଯୋଗ ଦେଇଥିଲେ ।

ପରେ ସେଠାରେ ଉପସ୍ଥିତ ସମସ୍ତ ପୋଲିସ କର୍ମଚାରୀ ଏବଂ ଅଧିକାରୀ ମାନେ ଆରକ୍ଷୀ ଅଧିକ୍ଷକଙ୍କ ସମେତ ରାଷ୍ଟୀ୍ରୟ ଏକତା ଦିବସ ଅବସରରେ ରାଷ୍ଟୀ୍ରର ଏକତା ,ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବାକୁ ନିଜକୁ ସମର୍ପିତ କରିବା ସହ ଏହି ବାର୍ତାକୁ ଦେଶବାସୀଙ୍କ ମଧ୍ୟରେ ପ୍ରଚାର କରିବା ସହିତ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ପରି ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ କରିବାକୁ ନିଜକୁ ବିନିଯୋଗ କରିବାକୁ ଶପଥ ପାଠ କରିଥିଲେ ।

Leave A Reply