Odisha news

ଆଜି କନ୍ଧମାଳରେ ଜଣେ କୋଭିଡ ଯୋଦ୍ଧାଙ୍କ ସମେତ ୧୧ କରୋନା ସଂକ୍ରମିତ ଚିହ୍ନଟ : ଜିଲ୍ଲାରେ ମୋଟ ୫,୬୪୮

0

ଫୁଲବାଣୀ,୩୧ା୧୦(Santosh Mishra) :  ଆଜି କନ୍ଧମାଳରେ ଜଣେ କରୋନା ଯୋଦ୍ଧାଙ୍କ ସମେତ ୧୧ ଜଣ ନୁଆଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୬୪୮ ରେ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୫,୪୮୯ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୦ ରେ ରହିଛି । ଆଉ ୧୨୯ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି । ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲିଗୁଡା ଗ୍ରାମାଂଚଳରେ ୩ ଜଣ , ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ଏବଂ ଗ୍ରାମାଂଚଳରେ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାର ଖଜୁରିପଡା ଓ ଫିରିଙ୍ଗିଆରେ ୨ ଜଣ ଲେଖାଏଁ ଏବଂ ଅନ୍ୟ ଅଂଚଳର ଜଣେ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।

 

Leave A Reply