Odisha news

ଫୁଲବାଣୀ ଜିଲ୍ଲାରୁ ପୁଣି ଜଣେ କରୋନା ସଂକ୍ରମିତଙ୍କ ଚିହ୍ନଟ : କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି , ସୁସ୍ଥ ହେଲେ ୧୫୮

0

ଫୁଲବାଣୀ :  ଜିଲ୍ଲାରୁ ପୁଣି ଜଣେ କରୋନା ସଂକ୍ମିତ ଚିହ୍ନଟ ହୋଇଛନ୍ତି । ସେ ଜଣେ ୨୪ ବର୍ଷୀୟା ମହିଳା ଏବେ ସେ କେରଳରୁ ଫେରି ରାଇକିଆ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଂଗରୋଧରେ ଥିଲେ । ତାଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଛି ।

ବର୍ତମାନ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ୧୫୮ ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ବାକି ୨୦ ଜଣ ଏବେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି ।

Leave A Reply