ଫୁଲବାଣୀ : ପୁଣି କନ୍ଧମାଳରେ ମାଓ ଗତିବିଧି ଧିରେ ଆରମ୍ଭ ହେଉଥିବା ଦେଖିବାକୁ ମିଳିଛି । କିଛି ଦିନର ନିରବତା ପରେ ବାଲିଗୁଡାର ସୁଡ୍ରା ପଂଚାୟତ ଅନ୍ତର୍ଗତ କମ୍ବାରିକା ଗ୍ରାମରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । କେକବିଏନ ଡିଭିଜନ ପକ୍ଷରୁ କାନ୍ଥ ପତ୍ରିକା ବିପ୍ଲବୀ ଡେଙ୍ଗୁରା ନାମରେ ଏହି ପୋଷ୍ଟର ଲାଗିଛି । ଏଥିରେ ମାଓବାଦୀମାନଙ୍କ ଆଦର୍ଶ ଉପରେ ଲେଖା ହୋଇଥିବା ସହ ମାଓବାଦୀଙ୍କ ପାଇଁ ଆଜି ଆଦିବାସୀ ଅଂଚଳମାନଙ୍କରେ ଯାହା କିଛି ବିକାଶ ହୋଇ ପାରୁଛି ବୋଲି କୁହା ଯାଇଛି । ଦୀର୍ଘ ୭୩ ବର୍ଷ ଧରି ଗ୍ରାମାଂଚଳରେ ବିକାଶ ହେଇ ପାରିନଥିବା ବେଳେ ଏବେ କେମିତି ହେଇ ପାରୁଛି ବୋଲି ପ୍ରଶ୍ନ କରାଯାଇଛି ।
ସରକାର ଆତ୍ମ ସମର୍ପଣ ନୀତି ନୁହଁ , ଗ୍ରାମର ବିକାଶ କରିବାକୁ ଏଥିରେ ଦର୍ଶାଯାଇଛି । ଏହି ପୋଷ୍ଟର ମିଳିବା ସ୍ଥାନୀୟ ଅଂଚଳବାସୀ ଙ୍କ ମଧ୍ୟରେ ଚର୍ଚାର ବିଷୟ ହୋଇଛି । ତେବେ ମାଓ ପୋଷ୍ଟର ଲାଗିବା ନେଇ ଅନୁଧ୍ୟାନ କରାଯାଉଥିବା ଏସପି ପ୍ରତିକ୍ ସିଂ କହିଛନ୍ତି । ପୋଷ୍ଟର ଲାଗିଛି ନା ନାହିଁ, କିଏ ଲଗେଇଛି ତାହା ଉପରେ ତଦନ୍ତ କରାଯାଉଛି । ଜିଲ୍ଲାରେ ପୁଲିସ୍ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଛି ଏବଂ ମାଓ ଗତିବିଧି କମ୍ ରହିଛି ବୋଲି ସେ କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ୩ ଦିନ ତଳେ ରାଜ୍ୟ ପୁଲିସ୍ ମହା ନୀରିକ୍ଷକ ଅଭୟ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମାଓ ଗତିବିଧି ଉପରେ ସମୀକ୍ଷା କରିବା ସହ ପୁଲିସର କାର୍ଯ୍ୟକଳାପ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ।