Odisha news

ବୋଲଗଡ : ପୂର୍ବ ଶତ୍ରୁତାରୁ ୩ ମହିଳାଙ୍କୁ ଆକ୍ରମଣ କରି ଲୁଟିଲେ ଆସବାବ ପତ୍ର , ମାଡ ଭିଡିଓ ଭାଇରାଲ

0

ବୋଲଗଡ : ଖୋର୍ଦ୍ଧା ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ ବୋଲଗଡ ଥାନାର ଖଙ୍ଗୁରିଆ ପଞ୍ଚାୟତର ହରିପୁର ଶାସନ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘରର ପୁରୁଷ ବ୍ୟକ୍ତିଙ୍କ ଅନୁପସ୍ଥିତିରେ ପରିବାରର  ମା ଓ ଦୁଇ ଝିଅ ଓ ତାଙ୍କର ନା ବାଳକ ଶିଶୁ ପୁତ୍ରକୁ ତାଙ୍କର ପଡୋଶୀ ପ୍ରବଳ ମାଡ ମାରି ଘର ଭଙ୍ଗାରୁଜା କରି ଆସବାବ ପତ୍ର ଲୁଟ କରି ମାଡ ଭିଡିଓ ଉଠାଇ ଭାଇରାଲ କରିବା ଅଭିଯୋଗ ବୋଲଗଡ ଥାନାରେ ଅଭିଯୋଗ ହୋଇଛି । ଘଟଣା ଘଟିବାର ୩ଦିନ ବିତିଯାଇଥିଲେ ମଧ୍ୟ ବୋଲଗଡ ଥାନା ପୋଲିସ ଉଭୟ ପକ୍ଷରୁ ମୋକଦ୍ଦମା ରୁଜୁ କରି ହାତବାନ୍ଧି ବସିଛି । ଏହି ଘଟଣାକୁ ନେଇ ବୋଲଗଡ ଥାନା ପୁଲିସର କାର୍ଯ୍ୟା ଉପରେ ସାଧାରଣ ଜନତା ଆସ୍ଥା ତୁଟୁଛି ବୋଲି ଚଚ୍ଚର୍୍ା ଜୋର ଧରିଛି ।

ଘଟଣାରୁ ପ୍ରକାଶ ଯେ,ହରିପୁର ଶାସନ ଗ୍ରାମର ଦାଶରଥୀ ଜେନାଙ୍କ ପରିବାର ସହିତ ଦାମ ସାହୁଙ୍କ ପରିବାର ମଧ୍ୟରେ ଯାଗାବାଡିକୁ କେନ୍ଦ୍ର କରି ବହୁଦିନ ଧରି ବିବାଦ ଲାଗି ରହିଛି । ଗତ ୨୫ ତାରିଖ ଦିନ ଅପରାହ୍ନ ୪ଟା ସମୟରେ ଦାଶରଥି ଜେନାଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନି ପ୍ରମିଳା ଜେନା(୪୨), ବଡଝିଅ ପ୍ରତିମା ଜେନା(୨୩), ସାନଝିଅ ସୁଷମା ଜେନା(୨୦) ଓ ଦାଶରଥିଙ୍କର ନାବାଳକ ନାତି କୁନୁ(୧୨) ଉପରେ ପଡୋସୀ ଦାମ ସାହୁଙ୍କ ପରିବାର ପକ୍ଷରୁ ଘର ଭିତରେ ପଶି ଆକ୍ରମଣ କରିଥିଲେ ।

ଉପରୋକ୍ତ ମହିଳାମାନଙ୍କୁ ଘର ଭିତରୁ ଭିଡି ଆଣି ଦାଣ୍ଡ ମଝିରେ ଭୁଜାଲି ଓ ରିଭଲଭର ଦେଖାଇ ନିସ୍ତକ ମାଡ ମାରିଥିଲେ । ଏହି ମାଡର ଭିଡିଓ ମୋବାଇଲରେ ଦାମ ସାହୁଙ୍କ ପୁଅ ରବି ସାହୁ ଉଲତ୍ତୋଳନ କରିଥିଲେ । ଏହା ସହିତ ସଂପୃକ୍ତା ମହିଳାଙ୍କ ଘରେ ଥିବା ଆସବାବ ପତ୍ର ଭାଙ୍ଗିବା ସହିତ ଟଙ୍କା ଓ ସୁନାଗହଣା ଥିବା ଟ୍ରଙ୍କ ମଧ୍ୟ ଲୁଟି ନେଇଥିଲେ । ଦିନ ଦ୍ୱିପ୍ରହରରେ ଏହିକାଣ୍ଡ ଚାଲଥିବାବେଳେ ଗ୍ରାମର କିଛିଲୋକ ସମସ୍ୟା ସମାଧାନ କରିବାପାଇଁ ଆଗୋଇ ଆସିବାରୁ ଦାମ ସାହୁଙ୍କ ସାନପୁଅ ଖନା ସାହୁ ଏକ ରିଭଲଭର ଧରି ଗ୍ରାମବାସୀଙ୍କୁ ଡରାଇ ଚୁପ କରିଦେଇଥିଲେ ।

ଏବଂ ଥାନାକୁ ପିଡିତା ମହିଳାମାନେ ଗଲେ ତାଙ୍କୁ ଘର ଜାଳି ହତ୍ୟା କରିବେ ବୋଲି ଧମକ ଦେବାରୁ ସେମାନେ ବାଧ୍ୟ ହୋଇ ଘଟଣା ଦିନ ଭୟଭୀତ ହୋଇ ନୀରବ ରହିଥିଲେ । ସେହିଦିନ ବିଳମ୍ବିତ ରାତ୍ରରେ ପିଡିତା ମା ଓ ଝିଅମାନେ ଲୁଚିକରି ଚାଲି ଚାଲିଯାଇ ୨୬ତାରିଖ ସକାଳେ ଖୋର୍ଦ୍ଧା ଏସପିଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଏସପି ଘଟଣାକୁ ବୋଲଗଡ ଥାନାକୁ ଅଭିଯୋଗ କରିବାପାଇଁ ପଠାଇଦେଇଥିଲେ । ବୋଲଗଡ ଥାନା ପୋଲିସ ମହିଳାଙ୍କ ଅଭିଯୋଗ ଗ୍ରହଣ କରିଥିଲେ ମଧ୍ୟ କୈାଣସି ପଦକ୍ଷେପ ନେଇନାହାଁନ୍ତି । ଘଟଣା ଘଟିବାର ୩ଦିନ ବିତିଯାଇଥିଲେ ମଧ୍ୟ ପିଡିତାମାନେ ଜୀବନ ଭୟରେ ଘରକୁ ନଯାଇ ନିକଟସ୍ଥ ପହାଡରେ ଲୁଚି ରହିଛନ୍ତି । ଏହି ଘଟଣାରେ ତଦନ୍ତ ଦାୟିତ୍ୱରେ ଥିବା ଏସଆଇ ପବିତ୍ରମୋହନ ପ୍ରଧାନ ତଦନ୍ତ ଆଳରେ ଦିନ ଗଡାଇ ଚାଲିଛନ୍ତି । ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି ଓ ପୋଲିସର ଭୂମିକା ସନେ୍ଦହ ଘେରରେ ରହିଛି ବୋଲି ଚର୍ଚ୍ଚା ଜୋର ଧରିଛି ।

Leave A Reply