Odisha news

୯୦ ବର୍ଷର ବୁଢି ଶାସୁକୁ ଘରୁ ନେଇ ଜଙ୍ଗଲାରେ ଛାଡିଗଲେ ସାବତ ମା ଓ ସାବତ ପୁଅ : ଡିଡ୍ରାଗାଁ ଗ୍ରାମବାସୀ ଦେଲେ ଥାନାରେ ଏତଲା ପୋଲିସ କରୁଛି ତଦନ୍ତ

0

ଫୁଲବାଣୀ ( ସନ୍ତୋଷ ମିଶ୍ର ) : କନ୍ଧମାଲ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଥିବା ଡିଡ୍ରାଗାଁ ନିକଟରେ ଥିବା ଜଙ୍ଗଲ ପାଖରେ ଜଣେ ୯୦ ବର୍ଷର ବୁଢିକୁ ତାର ପୁଅର ଦ୍ୱିତୀୟ ସ୍ତ୍ରୀ ଏବଂ ତାର ପୁଅର ପ୍ରଥମ ସ୍ତ୍ରୀର ସାନ ପଅ ତାକୁ ଜୋର ଜବରଦସ୍ତ କରି ରାଇକିଆରେ ରହୁଥିବା ଘରୁ ଏକ ବୋଲେରୋ ଗାଡିରେ ଆଣି ଫିରିଙ୍ଗିଆ ଅଂଚଳରେ ଥିବା ଜଙ୍ଗଲାରେ ଛାଡି ଚାଲିଯାଇଥିବା ନେଇ ଜଙ୍ଗଲ ନିକସ୍ଥ ଡିଡ୍ରାଗାଁ ର ଗ୍ରାମବାସୀ ମାନେ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୁଚନା ଅନୁସାରେ ବୟସ୍କ ମହିଳାଙ୍କ ନାମ ପି୍ରୟବତୀ ବେହେରା(୯୦) ବୋଲି ଜଣାପଡିଛି ।

ସେ ଡିଡ୍ରାଗାଁ ଗ୍ରାମବାସୀଙ୍କୁ କହିଥିବା ଘଟଣା ଅନୁସାରେ ତାଙ୍କ ପୁଅ ପ୍ରେମାନନ୍ଦ ବେହେରା ଫୁଲବାଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଚାକିରୀ କରୁଥିଲେ । ସେ ବର୍ତମାନ କନ୍ଧମାଳ ଜିଲ୍ଲାର ରାଇକିଆ ମହିଳା ଉଚ୍ଚ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷୟୀତ୍ରୀ ଭାବରେ ଚାକିରି କରୁଥିବା ଶଶିରେଖା ମହାରଣାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

କିଛି ମାସ ପୁର୍ବେ ପ୍ରେମାନନ୍ଦଙ୍କ ଦେହାନ୍ତ ହୋଇଯାଇଛି । ବର୍ତମାନ ତାଙ୍କ ବହୁଙ୍କ ସହିତ ସେ ରାଇକିଆରେ ରହୁଥିଲେ । ତାଙ୍କ ଏହିତ ତାଙ୍କ ପୁଅର ପ୍ରଥମ ସ୍ତ୍ରୀଙ୍କ ସାନ ପୁଅ ରଜନିକାନ୍ତ ବେହେରା ମଧ୍ୟ ରହୁଛି । ତେବେ ଗତ ୩ ତାରିଖରେ ତାଙ୍କୁ ତାଙ୍କ ବୋହୁ ଶଶିରେଖା ମହାରଣା ଏବଂ ତାଙ୍କର ସାନ ନାତି ଶଶିରେଖାଙ୍କର ସାବତ ପୁଅ ରଜନୀକାନ୍ତ ବେହେରା ତାଙ୍କୁ ଜୋରଜବରସ୍ତି ଲାତ ଗୋଇଠା ମାରିବା ସହିତ ତୁ ଆମସହିତ ରହିଲେ ତୋତେ ଜୀବନରେ ମାରିଦେବୁ ବୋଲି କହିବା ସହିତ ତାଙ୍କୁ ଗୋଟିଏ ବୋଲେରୋ ଗାଡିରେ ଜବରଦସ୍ତି ବସାଇ ତାଙ୍କୁ ଆଣି ଡିଡ୍ରାଗାଁ ନିକଟରେ ଥିବା ଏକ ଜଙ୍ଗଲାରେ ଛାଡି ଚାଲି ଯାଇଛନ୍ତି ।

ଏହା ଶୁଣିବାପରେ ଡିଡ୍ରାଗାଁ ଗ୍ରାମବାସୀ ମୁରଳି ଦିଗାଲ,ଜସନ ଦିଗାଲ,ସଙ୍ଗୀତା ଗଣ୍ଡା,ଗଗନ ଦିଗାଲ,ସରସ୍ୱତୀ ଦିଗାଲ,ବିଭିଷଣ ଦିଗାଲ,ବିଦ୍ୟାଧର ଦିଗାଲ,ଟୁନି ଦିଗାଲ,ବନ୍ଦର ଦିଗାଲ,ରାଧା ଦିଗଲା,ମୁକୁନ୍ଦ ନାୟକ,ସନ୍ତୋଷ ଦିଗାଲ ଏବଂ ଯୋଗେଶ ଦିଗାଲ ସମେତ ଅନେକ ଗ୍ରାମବାସୀ ମାନେ ପି୍ରୟବତୀଙ୍କୁ ସେଠାରୁ ଉଦ୍ଧାର କରିବା ସହିତ ସେମାନଙ୍କର ହେପାଜତରେ ଗ୍ରାମରେ ରଖି ଏ ସମ୍ପର୍କରେ ଫିରିଙ୍ଗିଆ ଥାନାରେ ଏକ ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ ଫିରିଙ୍ଗିଆ ଥାନା ପୋଲିସ ବୃଦ୍ଧାଙ୍କର ବୋହୁ ଶଶିରେଖା ମହାରଣା ଏବଂ ତାଙ୍କ ସାବତ ପୁଅ ରଜନିକାନ୍ତ ବେହେରାଙ୍କୁ ଥାନାକୁ ଡକାଇବା ସହିତ ସେମାନେ ସେଠାରେ ତାଙ୍କ ଶାସୁ ପି୍ରୟବତୀ ବେହେରାଙ୍କୁ କାହିଁକି ଛାଡି ଗଲେ ତାହାର ତଦନ୍ତ ଜାରୀ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ସୁଚନା ଦେଇଛନ୍ତି ।

 

Leave A Reply