ଡେଲାଙ୍ଗ-ଡେଲାଙ୍ଗ ବ୍ଲକରେ ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି ବୃଦ୍ଧି ଦିନ କୁ ଦିନ ବଢିବାରେ ଲାଗିଛି । ରାଜ୍ୟରେ କରୋନା ଯୋଗୁ ସରକାରୀ ମଦ ଦୋକାନକୁ ବନ୍ଦ ରହିଥିଲା । ଅଧିକ ଲାଭ ପାଇଁ ଏହାର ସୁଯୋଗ ନେଇ ଗାଁ ଓ ବଜାରଛକ ମାନଙ୍କରେ ମଦ ଚୋରା ବେପାରୀ ସକ୍ରିୟ ହୋଇ ଉଠିଥିଲେ । ଡେଲାଙ୍ଗ ଥାନା ଅଂଚଳରେ ଚୋରା ମଦ ବିକ୍ରି କୁ ନେଇ ବିଭିନ୍ନ ଅପରାଧୀକ ଓ ଘରୋଇ ହିଂସା ମାମଲା ବଢୁଥିବା ଜଣାପଡିଛି ।

ମଦ ବେପାରୀମାନେ ଅବକାରୀ ଓ ପୁଲିସ ବିଭାଗ ଆଖିରେ ଧୁଳି ଦେଇ ଅବାଧରେ ବେଆଇନି ମଦ ବ୍ୟବସାୟ କରିଚାଲିଛନ୍ତିା ସୁଚନାଯୋଗ୍ୟ ଯେ ହରିରାଜପୁର ଫାଣ୍ଡି ଅଧିନସ୍ଥ ଗୋଡିଫୁଟ ମାଟିଆପଡା ପଂଚାୟତ ଅନ୍ତର୍ଗତ ହରିପୁର ଗ୍ରାମରେ ଆଜି ଅପରାହ୍ନରେ ଚୋରା ମଦ ଚଢାଦର କୁ ନେଇ ଗ୍ରାହକ ଓ ବେପାରୀଙ୍କ ମଧ୍ୟରେ ହାତାହାତୀ ହୋଇ ଗଣ୍ଡଗୋଳ ର ଉଗ୍ରରୁପ ନେଇଥିଲା ।

ଏହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲିଟିଛି । ଅନ୍ୟ ପକ୍ଷେ ଘଟଣା ସମ୍ପର୍କରେ ଫାଣ୍ଡିରେ ଅଭିଯୋଗ ହୋଇନଥିବା ହରିରାଜପୁର ଫାଣ୍ଡି ଅଧିକାରୀ ଯୁଗଳ କିଶୋର ଜେନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here