ଫୁଲବାଣୀ (ସନ୍ତୋଷ ମିଶ୍ର ) : ମାଟିଲଗ୍ନା ସାହିତ୍ୟା ସଂସଦର ରାଜ୍ୟ ସଭାପତି ତଥା ମାଲକାନଗିରି ଜିଲ୍ଲା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋରଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନ ଏବଂ କନ୍ଧମାଳ ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଓ ସୁ ସଂଗଠକ ବିଦେଶୀ ନାୟକ ଓ କବି ରବିନ୍ଦ୍ରନାଥ ମିଶ୍ରଙ୍କ ଆହ୍ୱାନ କ୍ରମେ ମାଟିଲଗ୍ନା ସାହିତ୍ୟ ସଂସଦର କନ୍ଧମାଳ ଜିଲ୍ଲା କମିଟି ଗଠନ କରାଯାଇଛି ।
କନ୍ଧମାଳ ଜିଲ୍ଲା ମୁଖ୍ୟ ଉପଦେଷ୍ଟା ରବିନ୍ଦ୍ରନାଥ ମିଶ୍ର, ଜିଲ୍ଲା ସଭାପତି ବିଦେଶୀ ନାୟକ,ଉପ-ସଭାପତି ମୋହନ ଦିଗାଲ,ସମ୍ପାଦକ ବି.୍ଣଳ କମଲ,ସହସମ୍ପାଦକ ସଞ୍ଜୟ ସାହୁ,ମହିଳା ସମ୍ପାଦିକା ଶ୍ରୀମତୀ ଆରତୀ ପରିଛା ମନୋନୀତ ହୋଇଛନ୍ତି ।
ସେହିପରି ବ୍ଳକ ପ୍ରତିନିଧି ଭାବରେ ପତିତପାବନ ରାଉତ,ଦାରିଙ୍ଗବାଡି ଓ କ.ନୁଆଗାଁ ବ୍ଳକର ସିମାଂଚଳ ମହାରଣା,ବାଲିଗୁଡା,ତୁମୁଡିବନ୍ଧ ଓ କୋଟଗଡ ବ୍ଳକ ପାଇଁ ଡଃ.ଶିତୁପ୍ରକାଶ ରଥ,ରାଇକିଆ ଓ ଘୁ ଉଦୁୟଗିରି ପାଇଁ ପ୍ରଶନ୍ନ ପଣ୍ଡା,ଫୁଲବାଣୀ ଓ ଫିରିଙ୍ଗିଆ ବ୍ଳକର କଶ୍ୟପ ଦିପାଳ,ଖଜୁରିପଡା,ଚକାପାଦ ଓ ଟିକାବାଲି ବ୍ଳକ ପାଇଁ ମନୋନୀତ ହୋଇଛନ୍ତି ।
ଏହି ସମସ୍ତ କର୍ମକାର୍ତ ମାନଙ୍କୁ ମାଟିଲଗ୍ନା ସାହିତ୍ୟ ସଂସଦର ସମ୍ପାଦକ ଦୀନବନ୍ଧୁ ବେଜ ପଦ ଓ ଗୋପନୀୟତାର ଶପଥ କରାଇଥିଲେ । ମୁଖ୍ୟ ନିଦେ୍ର୍ଧଶିକା ବିନୋଦିନୀ ଦାସ,ମୁଖ୍ୟ ସଂଗଠନ ସମ୍ପାଦକ ରଞ୍ଜନ କୁମାର ପଣ୍ଡା ଏବଂ ରାଜ୍ୟ ସଂଯୋଜକ ପ୍ରେମାନନ୍ଦ ବେହେରା ସଂଗଠନକୁ ସୁଦୃଢ କରିବାକୁ କାର୍ଯ୍ୟପନ୍ଥାବିଷୟରେ ସୁଚନା ଦେବା ସହିିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।
