ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲା ରାଇକିଆରେ ତୁରନ୍ତ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ରାଇକିଆ ନାଗରିକ ମଂଚ ପକ୍ଷରୁ ଦାବୀ କରାଯାଇଛି । ରାଇକିଆରେ ଏହି କୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ୨୦୧୭ ରେ ବିଜ୍ଞପ୍ତି ଜାରୀ କରିଛନ୍ତି । ଜିଲ୍ଲାରେ ତିନିଟି ନୁତନ କୋର୍ଟ ସ୍ଥାପନ ପାଇଁ ଗତ ଅଗଷ୍ଟ ମାସ ୭ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତରଫରୁ ଭିତିଭୁମି ପାଇଁ ଚିଠି ପ୍ରକାଶ ପାଇଥିଲା ।
ଏହି ତାଲିକାରେ ରାଇକିଆର ନାମ ରହିଥିବାରୁ ଏହାକୁ ଖୁବ ଶିଘ୍ର କାର୍ଯ୍ୟକାରୀ କରିବାକୁ ରାଇକିଆ ନାଗରିକ ମଂଚ ଦାବୀ କରିଛି । ଦୀର୍ଘ ବର୍ଷହେଲା ରାଇକିଆରେ କୋର୍ଟ ସ୍ଥାପନ ପାଇଁ ଦାବୀ ହୋଇଆସୁଥିଲେ ମଧ୍ୟ ଏହା ବିଭିନ୍ନ କାରଣରୁ ହୋଇପାରୁନଥିଲା । ବିଶେଷ କରି ସମସ୍ତ ଭିତିଭୁମିର ସୁବିଧା ଥିବା ସତ୍ୱେ କୋର୍ଟ ସ୍ଥାପନା ହେଉନଥିବାରୁ ସେଠାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି ବାବଦରେ ଖବର କାଗଜରେ ପ୍ରସାରିତ ହେବାପରେ ଲକଙ୍କ ଭିତରେ ଉସôାହ ଦେଖାଦେଇଛି ।
ଏହା ଯେପରି ଖୁବ ଶୀଘ୍ର ହୋଇପାରିବ ସେ ନେଇ ପଦକ୍ଷେପ ନେବା ପାଇଁ ମଙ୍ଗଳବାର ରାଇକିଆ ନାଗରିକ ମଂଚ ତରଫରୁ ଏକ ଦାବୀପତ୍ର ତହସିଲଦାରଙ୍କ ଉଦେଶ୍ୟରେ ତାଙ୍କର ଅନୁପସ୍ଥିତିରେ କାର୍ଯ୍ୟାଳରେ ଦାୟୀତ୍ୱରେ ଥିବା କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି । ଏଥିସହ ଖୁବ ଶୀଘ୍ର ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରାଯିବ ବୋଲି ମଂଚ ତରଫରୁ କୁହାଯାଇଛି । ଚଳିତ ବର୍ଷ ଜାନୁୟାରୀ ମାସରେ ମଂଚ ତରଫରୁ ହାଇକୋର୍ଟ ବିଚାରପତିଙ୍କୁ ମଧ୍ୟ ସାକ୍ଷାତ କରି ରାଇକିଆଠାରେ କୋର୍ଟ ସ୍ଥାପନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ଏଠାରେ ସୁଚନା ଯୋଗ୍ୟ ରାଇକିଆ ବ୍ଳକର ୬୦ ହଜାରରୁ ଉଦ୍ଧ୍ୱର୍ ଲୋକ ଘୁ.ଉଦୟଗିରି କୋର୍ଟ ଉପରେ ନିର୍ଭର କରୁଛନ୍ତି । ବିଭିନ୍ନ ମାଲିମକଦ୍ଧମାରେ ସେମାନଙ୍କୁ ଘୁ.ଉଦୟଗିରକୁ ଦୌଡିବାକୁ ପଡୁଛି । ତେଣୁ ସେଠାରେ ତୁରନ୍ତ ଏକ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ରାଇକିଆ ନାଗରିକ ମଂଚ ଦାବୀ କରିଛି ।
