Odisha news

ଫିରିଙ୍ଗିଆରେ ବ୍ଳକ ସ୍ତରୀୟ ସାମ୍ବାଦିକ ସଂଘ ଗଠିତ

0

ଫୁଲବାଣୀ ( ସନ୍ତୋଷ ମିଶ୍ର ) : ଆଜି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ବ୍ଳକ ସ୍ତରୀୟ ସାମ୍ବାଦିକ ସଂଘ ଗଠିତ ହୋଇଯାଇଛି । ଏଥିରେ ଫିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡ.ଜେ.ସାଈରଜତ,ଫିରିଙ୍ଗିଆ ଥାନାର ଏସଆଇ ଦସରଥ ହେମ୍ବ୍ରମ,ଫିରିଙ୍ଗିଆ ପଂଚାୟତ କଲେଜର ଅଧ୍ୟକ୍ଷ ନବଘନ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବରେ  ଓଡିଶା ସାମ୍ବାଦିକ ୟୁନିୟନ୍ (ଓୟୁଜେ)ର କନ୍ଧମାଳ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ବେହେରା ଓ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ମହାନ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଳକର ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ ।  ଅଶୋକ କୁମାର ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ  ଏହି ବୈଠକରେ ଫିରିଙ୍ଗିଆର ବରିଷ୍ଠ ସାମ୍ବାଦିକ ମହାଦେବ ସାହୁଙ୍କୁ ଉପଦେଷ୍ଠା ଭାବରେ ସର୍ବ ସମ୍ମତିରେ ଚୟନ କରାଯାଛି ।

ସହେିପରି ଫିରିଙ୍ଗିଆ ବ୍ଳକର ସାମ୍ବାଦିକ ସଂଗଠନର ସଭାପତି ଭାବରେ ସୁବ୍ରତ କୁମାର ମହାନ୍ତିଙ୍କୁ ଚୟନ କରା ଯାଇଥିବାବେଳେ ଉପ-ସଭାପତି ଭାବେ ଆଲୋକଚନ୍ଦ୍ର ନାୟକ ଓ ମନୋଜ କୁମାର ସାହୁ, ସମ୍ପାଦକ ଭାବରେ ଉତମ କୁମାର ଖମାରୀ,ସହ ସମ୍ପାଦକ ରାଜକିଶୋର ସାହୁ, କୋଷାଧ୍ୟକ୍ଷ ଭାବରେ ହରପ୍ରସାଦ ସାମନ୍ତ,କାର୍ଯ୍ୟକାରୀ ସଦସ୍ୟ ଭାବରେ ସଦାନନ୍ଦ ରଥ ଓ ହୁରଞ୍ଜନ ସେଠୀଙ୍କୁ ଚୟନ କରାଯାଇଛି । କାର୍ଯ୍ୟକ୍ରମରେ ସାମ୍ବାଦିକ ମହାଦେବ ସାହୁଙ୍କୁ ନୁତନ ଭାବରେ ଆରମ୍ଭ ହୋଇଥିବା ଏସ.ଏନ.ନୁ୍ୟଜ ପାଇଁ ୩ଟି ଜିଲ୍ଲାର ଦାୟୀତ୍ୱ ପ୍ରଦାନ କରାଯାଇଥିବାରୁ ତାଙ୍କୁ ଫିରିଙ୍ଗିଆ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।

ଫିଙ୍ଗିଆ ଅଂଚଳର ଜଣେ ଚା ଦୋକାନୀ ହୋଥିଲେ ହେଁ ଲୋକଙ୍କ ପାଖରେ ସମସ୍ତ ଖବର ପହଂଚାଇବାରେ ଅତ୍ୟନ୍ତ ଆଗ୍ରହ ଯୋଗୁଁ ଫିରିଙ୍ଗିଆ ଅଂଚଳରେ ଏବଂ ଆଖପାଖରେ ଚର୍ଚ୍ଚିତ ସରୋଜ କୁମାର ଚର୍ଚ୍ଚାଙ୍କୁ ମଧ୍ୟ  ତାଙ୍କର ଖବର ପ୍ରସାରଣରେ ଋଚି ଯୋଗୁଁ ତାଙ୍କୁ ସେଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ଖବର କାଗଜରେ ବାହାରିଥିବା ଚର୍ଚ୍ଚିତ ଖବର ଗୁଡିକୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରୁଥିବା ଫିରିଙ୍ଗିଆ ଅଂଚଳର ବିଶ୍ୱଜିତ ସେନାପତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ସେହିପରି ଫିରିଙ୍ଗିଆ ପଂଚାୟତ କଲେଜର ଉପାଧ୍ୟକ୍ଷ ତଥା ଅଂଚଳର ଜଣେ ସୁନାମଧନ୍ୟ ସମାଜସେବୀ ଭାବରେ ପ୍ରଦୀପ କୁମାର ମହାପାତ୍ର, ଓୟୁଜେ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ବେହେରା ଓ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ମହାନ୍ତିଙ୍କୁ ମଧ୍ୟ ସେଠାରେ ସମ୍ବର୍ଦ୍ଧିତ କରାଯାଇଥିଲା ।  ଶେଷରେ ସଭାପତି ପ୍ରଶାନ୍ତ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply