ଧାମରା :ଭୋର ସମୟରେ ବାଁଶଡାରେ ଏକ ଅଘଟଣ ଘଟିଛି । ବାଁଶଡାସ୍ଥିତ ମନ୍ତେଇ ନଦୀରେ ଥିବା ରେଳ ଚଳାଚଳ ପୋଲ ଉପରୁ ଜଣେ ବିବାହିତା ମହିଳା ନଦୀକୁ ଡେଇଁଛନ୍ତି । ଖବର ନେବାରୁ ଜଣା ଯାଇଛି ଯେ, ଦୋସିଙ୍ଗା ଅଞ୍ଚଳର ଜନୈକ ଯୁବତୀ ଜଣକ ୬ ମାସ ପୂର୍ବରୁ ସେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଏ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ ଧାମରା ଥାନାରେ ଅଭିଯୋଗ ହୋଇଥିଲା । ସେ ନିଖୋଜ ଥିବା ନେଇ ଅଭିଯୋଗରେ ଦର୍ଶାଯାଇ ଥିଲା । ଏହି ଯୁବତୀଙ୍କୁ ଅନ୍ୟ ୩ ଜଣ ଯୁବକ ଭଲପାଇ ଆସୁଥିଲେ । ଏମିତିକି ଏମାନେ ତାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ । ଯୁବତୀ ଜଣକ ଅନ୍ୟତ୍ର ବିବାହ କରିଥିବାରୁ ସେମାନେ ମାନସିକ ଚାପରେ ଥିଲେ ବୋଲି ଚର୍ଚ୍ଚା ଚାଲିଛି । ରବିବାର ଭୋର ସମୟରୁ ଯୁବତୀ ଜଣକ ଜନ୍ତୁଆଳି ପଟରୁ ବାଁଶଡା ଆସୁଥିଲେ ।

ଏହି ସମୟରେ ବାଁଶଡା ପଟରୁ ଧାମରା ଅଞ୍ଚଳର ୨ଜଣ ଯୁବକ ପୋଲ ଉପରେ ତାଙ୍କୁ ଭେଟିଥିଲେ । ଏଠାରେ ସେମାନଙ୍କ ଭିତରେ ୍‍ଯୁକ୍ତି ତର୍କ ଚାଲିଥିଲା । ଏହା ପରେ ସେ ନଦୀକୁ ଡେଇଁପଡି ଥିଲେ । ଏଠାରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଏକ ଭୁଟୁଭୁଟି ସାହାଯ୍ୟରେ ନଦୀରୁ ଉଦ୍ଧାର କରିଥିବା ଦେଖଣାହାରି କୁହନ୍ତି । ବାଁଶଡା ଡାକ୍ତରଖାନାରେ ତାଙ୍କର ପ୍ରାଥମିକ ଚିକିସ୍‍ିା କରାଯାଇଛି । ଏ ସମ୍ପର୍କରେ ବାଁଶଡା ପୋଲିସ୍‍ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଥିଲା । ଘଟଣା ବିଷୟରେ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚୁରା କରାଯାଇଛି । ଏହି ଖବର ପାଇବା ପରେ ଯୁବତୀଙ୍କ ପରିବାର ଲୋକେ ବାଁଶଡାକୁ ଆସିଥିଲେ । ପୋଲିସ୍‍ ସହାୟତାରେ ପରିବାର ଲୋକଙ୍କୁ ଯୁବତୀଙ୍କୁ ହସ୍ତାନ୍ତର କରାଯାଇଛି । ଅଧିକ ଚିକିସ୍‍ିା ପାଇଁ ଯୁବତୀ ଜଣକ ଧାମରା ଡାକ୍ତରଖାନାକୁ ଯାଇଥିବା କୁହାଯାଉଛି । ଏହାକୁ ନେଇ ଧାମରା ବା ବାଁଶଡା ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ଘଟଣାର ଅଧିକ ତଦନ୍ତ ଚାଲୁଥିବା ପୋଲିସ୍‍ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here