Odisha news

କୋଟଗଡ ରଡିଗୁମାଠାରେ ରାଜ୍ୟ ୫ ନମ୍ବର ରାଜପଥରେ ହଜାରହଜାର ଗାଡି ଯାତାୟାତ ଠପ୍

0

ଫୁଲବାଣୀ ( ସନ୍ତୋଷ ମିଶ୍ର ) : ଆଜି କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକ ଅଂଚଳରେ ଥିବା ରଡିଗୁମା ନିକଟରେ ୫ ନମ୍ବର ରାଜ୍ୟ ରାଜ ପଥ ରସ୍ତାରେ ୩ଟି ଗାଡି ଅଟକିଥିବାରୁ ସେଠାରେ ହଜାର ହଜାର ଗାଡି ସବୁ ଅଟକି ରହିଛି । ସେଠାରେ ରାସ୍ତା କାମ ଚାଲିତôବାରୁ ସେଠାରେ ଥିବା ରାସ୍ତାର ଅଧାରେ ଗାଡି ମଟର ଯାତାୟାତ କରୁଛି ।

ହେଲେ ଆଜି ସେଠାରେ ଗୋଟିଏ ଯାଗାରେ ୩ଟି ବଡ ଟ୍ରକ ଫସିଯିବାରୁ ସେଠାରେ ଆଜି ଟ୍ରାଫିକ୍ ଜାମହୋଇଥିବନାର ଦେଖିବାକୁ ମିଳିଛି । ଫଳରେ ସେଠାରେ ଉଭୟ ପଟରେ ହଜାରହଜାର ଗାଡି ଅଟକି ରହିଛି ।

କରୋନା କଟକଣା ଯୋଗୁଁ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଥିଲେ ହେଁ ସେହି ରାସ୍ତାରେ ଅନେକ ଭାରି ଯାନ ବାହାନ ଯାତାୟାତ କରୁଛି ଫଳରେ ସେହି ରାସ୍ତା ଖରାପ ହେଉଛି ଏବଂ ତାକୁ ମରାମତି ମାକ ଚାଲିଛି । ହେଲେ ଆଜିର ଏହି ଅବସ୍ଥାରେ ମଧ୍ୟ ପ୍ରଶାସନ ତରଫରୁ ସେହି ରାସ୍ତାକୁ ଖୋଲିବା ଦିଗରେ କୌଣସି ଚେଷ୍ଟା କରାଯାଇନଥିବା ନେଇ ସେଠାରେ ଅଟକି ରହି ଥିବା ଅନେକ ବାହାର ରାଜ୍ୟର ଟ୍ରାଇଭର ଓ ହେଲପର ମାନେ ନାନା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ଏହା ସହିତ ଅନ୍ୟମାନେ ମଧ୍ୟ ସେଠାରେ ଅଟକି ରହି ହଇରାଣ ହେଉଥିବାର ଦେଖାଯାଇଛି ।

 

Nalco
Leave A Reply