Odisha news

ନିରାଡମ୍ବରରେ ଫୁଲବାଣୀ ପୌର ପରିଷଦ ଦ୍ୱାରା ସ୍ୱାୟତ ଶାସନ ଦିବସ ପାଳିତ

0

ଫୁଲବାଣୀ (ସନ୍ତୋଷ ମିଶ୍ର ):  କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ପୌର ପରିଷଦ ଦ୍ୱାରା ସ୍ୱାୟତ ଶାସନ ଦିବସ ନିରାଡମ୍ବର ଏବଂ ସାମାଜିକ ଦୁରତା ରକ୍ଷା କରାଯିବା ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୬ଟାରେ ସମଗ୍ର ଫୁଲବାଣୀ ସହରରେ ରାମଧୁନ ପରିବେଷଣ କରାଯାଇଥିଲା ଓ ପରେ ସହରରେ ଥିବା ସମସ୍ତ ବରପୁତ୍ର ଓ ମହାପୁରୁଷଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସକାଳ ୯ଟାରେ ସ୍ଥାନୀୟ ପୌରପରିଷଦ ଆଗରେ ପତାକା ଉତୋଳନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମର ଅତିଥି ଭାବରେ ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା ପତାକା ଉତୋଳନ କରିଥିଲେ । କାାର୍ଯ୍ୟକ୍ରମରେ ପୌର ପରିଷଦର ଅନ୍ୟାନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ । ସ୍ୱାୟତ ଶାସନ ପ୍ରତିଷ୍ଠା ଦିବସରେ କରୋନା ଯୋଦ୍ଧାଙ୍କୁ ତାଙ୍କର ତ୍ୟାଗ ଓ ସେବାକୁ ଭୁୟସୀ ପ୍ରଶଂସା କରିବା ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଏହାପରେ କାର୍ଯ୍ୟାଳୟ ପରିଷରରେ ୪ଟି ବ୍ୟାଟେରୀ ଚାଳିତ ଆବର୍ଜନା ସଂଗ୍ରହ କରିବା ଯାନର ଉଦଘାଟନ ମୁଖ୍ୟ ଅତିଥିଙ୍କ ଦ୍ୱାରା ସେହି ଯାନଗୁଡିକ ସ୍ୱଛ ଭାରତ କାର୍ଯ୍ୟକ୍ରମରେ ନିୟୋଜିତ ହେବ ।

ଏହାପରେ କରୋନା ସଂକ୍ରମଣ ରୋକିବା ଦିଗରେ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟର କର୍ମଚାରୀ ଏବଂ ଫୁଲବାଣୀରେ ସମସ୍ତ ପ୍ରକାରର ଅସମୟରେ ଲୋକଙ୍କୁ ଦିନରାତି ସେବା ଯୋଗାଇ ଆସୁଥିବା ଟିମ୍ ହୁ୍ୟମାନିଟି ଓ ଦମକଳ ବିଭାଗ ଫୁଲବାଣୀର କରୋନା ଯୋଦ୍ଧାଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ମାଇକ୍ରୋ କମ୍ପୋଷ୍ଟ ସିଷ୍ଟମ ଓ ମେଟେରିଆଲ ରିକଭରୀ ବ୍ୟବସ୍ଥାର ଟଦଘାଟନ କରାଯାଇଥିଲା ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ଡଃ.ବୃନ୍ଦା ଡି,ଜିଲ୍ଳା ଗ୍ରାମ୍ୟ ଉନ୍ନୟ୍ରନ ସଂସ୍ଥାର ପ୍ରକଳ୍ପ ପ୍ରଶାସନ ବିଶ୍ୱନାଥ ବାରିକ,ପୌରପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Leave A Reply