ଫୁଲବାଣୀ (ସନ୍ତୋଷ ମିଶ୍ର ) : ଆଜି କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ସଦର ଥାନା ଅଂଚଳରେ ଥିବା ଗୁଦାରୀ ଗ୍ରାମ ପଂଚାୟତର ଜଙ୍ଗଲରୁ ଫୁଲବାଣି ସଦରଥାନା ପୋଲସ ଏବଂ ଖଜୁରିପଡା ଥାନା ପୋଲିସ ର ମିଳିତ ଚଢାଉରେ ଜଙ୍ଗଲରେ ଥିବା ପ୍ରାୟ ୧୭ କ୍ୱିଣ୍ଟାଲ ମହୁଲ ମଦ ତିଆରି ପାଇଁ କରାଯାଇଥିବା ପୋଚ ନଷ୍ଟ କରାଯାଇଛି ।
ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅଭିଯାନରେ ପୋଲିସ କର୍ମଚାରୀ ମାନେ ଜଙ୍ଗଲର ବିଭିନ୍ନ ଯାଗାରେ ଦେଶୀ ମଦ ତିଆରି କରିବାକୁ ପ୍ରସ୍ତୁତ କରୁଥିବା ପୋଚ ଗୁଡିକର ମାଠିଆ ସବୁ ଭାଙ୍ଗି ଥିଲା ପୋଲିସ ।
ଜିଲ୍ଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ଜାରୀ କରାଯାଇଥିବା ଲକଡାଉନର ସୁଯୋଗରେ ଜିଲ୍ଲାର ବିଭିନ୍ନ ଯାଗାରେ ଲୋକେ ପ୍ରଚୁର ପରିମାଣର ମହୁଲି ମଦ ତିଆରି କରୁଛନ୍ତି । ସେଥିପାଇଁ ପୋଲିସ ମଧ୍ୟ ବ୍ୟାପକ ଚଢାଉରେ ଏହିଭଳି ମଦ ତିଆରି ପାଇଁ ଥିବା ପୋଚ ଏବଂ ବିପୁଳ ପରିମାଣର ମହୁଲ ମଧ୍ୟ ଜବତ କରୁଥିବା ଜଣପଡିଛି । ତେବେ ଆଜିର ଏହି ଚଢାଉରେ କୌଣସି ମାମଲା ରୁଜ୍ଜୁ ହୋଇ ନଥିବା ଏବଂ କେହି ଗିରଫ ମଧ୍ୟ ହୋଇ ନଥିବା ନେଇ ସୁଚନା ଫୁଲବାଣୀ ଏସଡିପିଓ ଦେଇଛନ୍ତି ।