Odisha news

ଅର୍ଥାଭାବରୁ ହୋଇ ପାରୁନାହିଁ ପାଗଳ ପୁଅର ଚିକିତ୍ସା

0

ଫୁଲବାଣୀ (ସନ୍ତୋଷ ମିଶ୍ର ):  ଅର୍ଥାଭାବରୁ ହୋଇ ପାରୁନାହିଁ ପାଗଳ ପୁଅର ଚିକିତ୍ସା । କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ବଣଗୁଡ଼ା ପଂଚାୟତ ୩ ନମ୍ବର ୱାର୍ଡ଼ର ଚଂଚଳା ସାହିରେ ରହୁଥିବା ଗରୀବ ବୃଦ୍ଧା କସ୍ତୁରୀ ପ୍ରଧାନ ଓ ତାଙ୍କର ମାନସିକ ବିକୃତ ପୁଅ ହେଉଛନ୍ତି ଧନେଶ୍ୱର ପ୍ରଧାନ (୪୦) ।

ବର୍ତମାନ ବିକୃତ ମାନସିକ ହୋଇଥିବା ଧନେଶ୍ୱର ପୂର୍ବରୁ ଭଲ ଥିଲେ । ଆଜକୁ ପ୍ରାୟ ୨୦ ବର୍ଷ ତଳେ ଅଚାନକ ଭାବେ ଧନେଶ୍ୱର ପାଗଳ ହୋଇଯାଇଛନ୍ତି ।ଏହାପରେ ପରିବାର ଲୋକେ ଆଖ ପାଖ ଅଂଚଳରେ ଯଥା ସମ୍ଭବ ଚିକିତ୍ସା କରାଯାଇଥିଲେ । ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବାରୁ ବାଧ୍ୟ ହୋଇ ଭେଣ୍ଡିଆ ପୁଅକୁ ଘରେ ଶିଙ୍କୁଳି ବାନ୍ଧୀ ରଖିଥିଲେ ମା ।

ତେବ ଗତ ୭ ବର୍ଷ ତଳେ ଧନେଶ୍ୱରଙ୍କ ବାପା ଭଞ୍ଜ ପ୍ରଧାନ ମୃତୁ୍ୟ ହେବା ପରେ ମା କସ୍ତୁରୀ ନିଜ ପାଗଳ ପ୍ରାୟ ପୁଅକୁ ଘରେ ସବୁବେଳେ ସିଙ୍କୁଳିରେ ବାନ୍ଧିରଖିବା ସମ୍ଭବ ହୋଇପାରିନାହିଁ । ବର୍ତମାନ ଧନେଶ୍ୱର ଗ୍ରାମରେ ଥିବା ଏକ ଚାଳ କୁଡ଼ିଆ ଘରେ ଆଶ୍ରୟ ନେଉଛନ୍ତି ।

୬୬ ବର୍ଷର ବୃଦ୍ଧା ମାଆ ଯେତେଦୂର ସମ୍ଭବ ତାଙ୍କର ଦେଖାଚାହାଁ ମଧ୍ୟ କରୁଛନ୍ତି । ବୃଦ୍ଧା ଜଣକ ସରକାରଙ୍କ ଠାରୁ ମିଳୁଥିବା ବାର୍ଦ୍ଦକ୍ୟ ଭତାରେ ହିଁ ନିଜର ଏବଂ ପାଗଳ ପୁଅର ସହିତ ଚଳି ଥଆନ୍ତି । ଏହା ସହ ବୃଦ୍ଧାଙ୍କ ଅନ୍ୟ ୨ ପୁଅ ଚାଷବାସ କରିନ୍ତି । ସେଥୁରୁ ଯାହା ଅର୍ଜନ ହୋଇତାଏ ସେଥିରେ ନିଜ ପରିବାର ଚଳାଇବା ସହିତ ବୃଦ୍ଧା ମା ଓ ପାଗଳ ଭାଇକୁ ଖାଇବାକୁ ମଧ୍ୟ ଦେଇଥାନ୍ତି । ଗରିବ ପରିବାରର ଆର୍ଥିକ ସ୍ଥିତି ଭଲନଥିବା ଯୋଗୁଁ ପାଗଳ ଭାଇକୁ ଚିକତ୍ସା କରାଯାଇ ପାରୁନାହାନ୍ତି । ମାନସିକ ବିକୃତ ଧନେଶ୍ୱରଙ୍କର ଭୋଟ ଓ ଆଧାର କାର୍ଡ଼ ନଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ସେ କୌଣସି ପ୍ରକାର ଭତା ପାଇବାକୁ ସକ୍ଷମ ହେଉନାହାନ୍ତି । ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ଯୁବକଙ୍କ ଚିକିତ୍ସା କରିବା ପାଇଁ ସହାୟତା କରିବାକୁ ସେହି ଅଂଚଳର ସମାଜସେବୀ ବିଜୟ କୁମାର ସାହୁ , ସରୋଜ ପଟନାୟକ , ଉମେଶ ଚନ୍ଦ୍ର ଦିଗାଲ ଓ ଅନ୍ୟ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।

Leave A Reply