ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ କିରିକୁଟୀ ପଂଚାୟତର ଥିବା ବୁରାଙ୍ଗିଆ ଗ୍ରାମରେ ଥିବା ନଦୀର ଉପରେ ଗତ ପ୍ରାୟ ୨ ବର୍ଷ ହେଲା ଏକ ବ୍ରିଜ ନିର୍ମାଣ କରାଯାଇଛି । ସେଠାର ଲୋକେ ସେଠାରେ ଥିବା ନଦୀରେ ତାର ଦ୍ୱାରା ପାର ହେଉଥିଲେ । ତେବେ ପାରି ହେବାବେଳେ ସେଠାର କିଛି ଲୋକ ନଦୀ ପାଣିରେ ଭାସି ଯାଇଥିଲେ ।
ସେତେବେ ଳେ ଏହି ଘଟଣା ଗଣମାଧ୍ୟମ ସହିତ ଲୋକଙ୍କ ଦ୍ୱାରା ପ୍ରଚାର ହୋଇ ସ୍ଥାନୀୟ ବାସିନ୍ଦାଙ୍କ ଦାବୀ ହେବାପରେ ସରକାର ସେଠାରେ ଏକ ବି୍ରଜ୍ ନିର୍ମାଣ କରିଥିଲେ । ହେଲେ ଏହି କାର୍ଯ୍ୟ କରିଥିବା ଠିକାଦାରଙ୍କ ଅସାବଧାନତା ତଥା ସଠିକ ଭାବରେ କମ ନକରିବା ଏବଂ ଦାୟୀତ୍ୱରେ ଥିବା ଯନ୍ତ୍ରୀଙ୍କ ଅଣଦେଖା ଯୋଗୁଁ ସେଠାରେ ନିର୍ମାଣ ହୋଇଥିବା ବ୍ରିଜ ଟି ଗତ ବର୍ଷାରେ ଭାଙ୍ଗିବାରେ ଲାଗିଲାଣି ।
ଫଳରେ ସେଠାରେ ଲୋକେ ଯାତାୟାତ ପାଇଁ ଭୟ କରିବା ସହିତ ସେହି ରାସ୍ତାରେ ଗାଡିରେ ଯାତାୟାତ ପାଇଁ ମଧ୍ୟ ଭୟ କରୁଛନ୍ତି । ତେବେ ମାତ୍ର ଦୁଇ ବର୍ଷରେ ତିଆରି ହୋଇଥିବା ବ୍ରିଜ ଗୋଟିଏ ବର୍ଷାରେ ଏହିଭଳି ଅବସ୍ଥା ହେବାରୁ ଦିର୍ଘ ଦିନ ହେଲା ତାରରେ ନଦୀ ପାର ହୋଇ ଆସିଥିବା ସ୍ଥାନୀୟ ଲୋକେ ସେମାନଙ୍କ ପାଇଁ ନିର୍ମିତ ବ୍ରିଜ ଅଳ୍ପ ଦିନରେ ଭାଙ୍ଗିଯିବାରୁ ଅସନ୍ତୋଷ ପ୍ରକଟ କରିବା ସହିତ ସେହି ବି୍ରଜ୍ିଟିର ପୁନର୍ବାର ମରାମତି କରାଇବା ସହିତ ଅଳ୍ପ ଦିନରେ ସେହି ପୋଲଟି କିପରି ଭାବରେ ଭାଙ୍ଗିଗଲା ଏହି ବାବଦରେ ତଦନ୍ତ କରିବାକୁ ଦାବୀ କରିଛନ୍ତି । ନହେଲେ ସେମାନେ ପୁଣି ଆନେ୍ଦାଳାନତ୍ମକ ପନ୍ଥା ଗ୍ରହଣ କରିବା ନେଇ ଦାବୀ କରିଥିବା ଜଣାପଡିଛି ।