Odisha news

କନ୍ଧମାଳ ଜିଲ୍ଲାରେ ଆଜି  ୪୪ ଜଣ କରୋନା ପଜିଟିଭ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୧୭୭୮ ରେ ପହଞ୍ଚିଲା , ୧୧୯୭ ସୁସ୍ଥ ହେଲେ

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲାରେ ଆଜି  ୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭୮ ରେ ପହଂଚିଛି । ତେବେ ଆଜି ସୁଦ୍ଧା ଜିଲାରେ ଆକ୍ରାନ୍ତ ଥିବା ୧୧୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୭ ରହିଥିବାବେଳେ ଆଉ ୫୭୪ ଜଣ ସଂକ୍ରମିତ ବିଭିନ୍ନ କରୋନା ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ।

ଆଜି ଜିଲ୍ଲରେ ବିଭିନ୍ନ ବ୍ଳକରେ ଚିହ୍ନଟ ହୋଇଥିବା ୪୪ଜଣଙ୍କ ମଧ୍ୟରୁ ୨୭ଜଣ ପୁରୁଷ ରହିଥିବାବେଳେ ଆଉ ୧୭ ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ଜିଲ୍ଲର ବିଭିନ୍ନ ବ୍ଳକ ଅଂଚଳର ଫୁଲବାଣୀର ୭ ଜଣ ରହିଥିବାବେଳେ ଘୁ.ଉଦୟଗିରିର ୪ ଜଣ,ଦାରିଙ୍ଗବାଡିର ୩ ଜଣ,କ.ନୁଆଗାଁର ୩ ଜଣ,ଟିକାବାଲିର ୨ ଜଣ,କୋଟଗଡର ୨ଜଣ,ତୁମୁଡିବନ୍ଧର ୨ ଜଣ,ରାଇକିଆର ୨ ଜଣ,ବାଲିଗୁଡାର ୨ ଜଣ,ଫିରିଙ୍ଗିଆର ୩ ଜ.ଖଜୁରିପଡାର ୬ ଜଣ ଏବଂ ଅନ୍ୟାନ୍ୟ ୨ ଜଣ ରହିଥିବା ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି

Leave A Reply