ବନ୍ୟା ପରିସ୍ଥି ଗମ୍ଭୀର , ବହୁ ଘର ପାଣି ଘେରରେ : ତଳିଆ ଅଞ୍ଚଳରେ ୨ଦିନ ହେଲା ଉଛୁଳି ରହିଛି ବୈତରଣୀ ଓ ସାଳନ୍ଦୀ ନଦୀ , ବାବାମଣିଙ୍କ ଦକ୍ଷିଣଦ୍ୱାର ସମୁଖରେ ଲହଡି ଭାଙ୍ଗୁଛି ବନ୍ୟାପାଣି
ଭଦ୍ରକ/ଆରଡି,୨୨ ।୦୮:ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ସୁନ୍ଦରପୁ, ଓଳଗ ଆଦି ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀ ଗତ ୨ଦିନ ହେବା ଉଛୁଳା ରହିଥିବାରୁ ବିଭିନ୍ନ ଏସକେପ ଓ ମାହାରା ଦେଇ ବନ୍ୟାଜଳ ତଳିଆ ଅଞ୍ଚଳ ଜଳମଗନ ହୋଇଛି । ଏପରିକି ଆରଡି ପଞ୍ଚାୟତର ମୁଆଁ, ସିଙ୍ଗିପୁର, ବାତୋଳ, ସନ୍ତରା, ଶୀତଳପୁର ଗାଁର ତଳିଆ ଅଞ୍ଚଳରେ ବନ୍ୟାପାଣି ମାଡି ଯାଇଥିବାରୁ ବହୁ ଘର ଜଳବନ୍ଦି ହୋଇ ରହିଛି । ଫଳରେ ଏ ସାହିରୁ ସେ ସାହିକୁ ଲୋକମାନେ ବାଉଁଶ ଭେଳାରେ ଯାତାୟତ କରିବା ସହିତ ପାନୀୟଜଳ ଓ ନିତ୍ୟ ବ୍ୟବହାର ଜିନିଷପତ୍ର ନେବା ଆଣିବା କରୁଛନ୍ତି ।
ସେହିପରି ବୋଡକ, ସାଟିବାଙ୍କୁଡା, ପାରଡିଆ, ପାଲଟପୁର, କୋଇଲିଖା, ଭୂଇଁପୁର ଆସି ଗାଁର ତଳିଆ ଅଞ୍ଚଳରେ ପାଣି ମାଡି ଯିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦଶା ଭୋଗ କରୁଛନ୍ତି । ବିଶେଷକରି ଚଳିତବର୍ଷ ଚାଷ ଆରମଯବରୁ ମରୁଡି ଦେଖା ଦେଇଥିବାରୁ ବିଳମ୍ବରେ ହୋଇଥିବା ରୁଆ ଧାନତଳି ‘ଳିତ ବନ୍ୟାପାଣିରେ ନଷ୍ଟ ହେବ ବୋଲି ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ସେପଟେ ଆରଡି ନିକଟସ୍ଥ ଡିଅସାହିଛକ ନିକଟରେ ଆରଡି-ମତୋ ରାସ୍ତାରେ ଗତ ୩ଦିନ ହେଲା ବନ୍ୟାପାଣି ପ୍ରବାହିତ ହେଉଥିବା ବେଳେ ଚାନ୍ଦାବଲି-ଆରଡି ରାସ୍ତାର ମୁଆଁ ଘୋଷରା ନିକଟରେ ଶନିବାର ବନ୍ୟାପାଣି ପ୍ରବାହିତ ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।
