Odisha news

୮୦ ପାରିହେଲା ପେଟ୍ରୋଲ, ଡିଜେଲ ୭୭ଟପିଲା

0

ଭୁବନେଶ୍ୱର  : ପୁଣି ଇନ୍ଧନ ତୈଳ ଦରରେ ନିଆଁ ଲାଗିଲା । ଭୁବନେଶ୍ୱର ଓ କଟକରେ ସୋମବାର ପେଟ୍ରୋଲ ଦର ୮୦ଟଙ୍କା ଟପିଛି । ଆଜି ପେଟ୍ରୋଲ ଲିଟପିଛା ୩୩ପଇସା ଓ ଡିଜେଲ ଦରରେ ୫୮ପଇସା ବୃଦ୍ଧି ଘଟିଛି । ୧୬ଦିନ ହେଲା ଲଗାତାର ଭାବେ ଇନ୍ଧନ ତୈଳ ଦର ବଢୁଥିବାରୁ ଗ୍ରାହକ ମଧ୍ୟ ଅସନ୍ତୁଷ୍ଟ ହୋଇପଡିଛନ୍ତି । ଗତ ୬ତାରିଖରୁ ଅଦ୍ୟାବଧି ପେଟ୍ରୋଲ ଦର ଲିଟରପିଛା ମୋଟ ୮ଟଙ୍କା ୪୧ପଇସା ବଢିଛି । ସେହିପରି ବିଗତ ୧୬ଦିନ ମଧ୍ୟରେ ଡିଜେଲ ଲିଟର ପିଛା ୯ଟଙ୍କା ୩୧ପଇସା ବଢିଛି । ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୮୦ଟଙ୍କା ୧୩ପଇସା ଓ ଡିଜେଲ ୭୭ଟଙ୍କା ୪ପଇସାରେ ବିକ୍ରି କରଯାଇଛି । ସେହିପରି କଟକରେ ପେଟ୍ରୋଲ ୮୦ଟଙ୍କା ୩୯ପଇସା ଓ ଡିଜେଲ ୭୭ଟଙ୍କା ୨୯ପଇସା ଦରରେ ବିକ୍ରି ହୋଇଥିଲା । ସେପଟେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୯ଟଙ୍କା ୫୬ପଇସା ଓ ଡିଜେଲ ୭୮ଟଙ୍କା ୭୫ପଇସାରେ ବିକ୍ରି ହୋଇଛି । ତେବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ଜିନିଷର ପରିବହନ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ନିତ୍ୟବବ୍ୟହାର୍ଯ୍ୟ ଦ୍ରବ୍ୟ ସମେତ ସମସ୍ତପ୍ରକାର ଦ୍ରବ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ବଢିଯାଇଛି । ଆନ୍ତର୍ଜାତିକ ବଜାରରେ ଔଶୋଧିତ ତୈଳର ଦର ହ୍ରାସ ପାଉଥିଲା ବେଳେ କେନ୍ଦ୍ର ଓ ରାଜ୍ୟସରକାର ଏହା ଉପରେ ସୂଳ୍କ ଓ ଭାଟ ଆଦାୟ ଅତିରିକ୍ତ ପରିମାଣରେ କରୁଥିବାରୁ ଦରମଧ୍ୟ କମିବାର ନାଁ ଧରୁନାହିଁ । ସେପଟେ କେନ୍ଦ୍ରସରକାର ବିଭିନ୍ନ ତୈଳ ଆମଦାନିକାରୀ କମ୍ପାନୀ ଗୁଡିକୁ ତୈଳଦର ବୃଦ୍ଧିପାଇଁ ଅନୁମତି ଦେଇଥିବାରୁ ସେମାନେ ମଧ୍ୟ କ୍ଷତି ଭରଣା ଆଳରେ ଦରବୃଦ୍ଧି କରିଚାଲିଛନ୍ତି । ଏହାସହିତ ଭାରତୀୟ ଟଙ୍କା ତୁଳନାରେ ଡଲାରର ମୂଲ୍ୟ ବୃଦ୍ଧି ପାଉଥିବାରୁ ଦରବୃଦ୍ଧି ହେଉଥିବା ଚର୍ଚ୍ଚା ହେଉଛି ।

Leave A Reply