Odisha news

ଏବର୍ଷ ସ୍ୱାଭାବିକ ଠାରୁ ୩୬ % ଅଧିକ ବର୍ଷା

0

ଭୁବନେଶ୍ୱର : ଗତ ଦୁଇ ଦିନ ଧରି ଓଡିଶାରେ ଦକ୍ଷିଣ- ପ୧⁄୨ିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଗତ ଜୁନ୍ ୧ ତାରିଖ ଠାରୁ ଜୁନ୍ ୨୧ ତାରିଖ ମଧ୍ୟରେ ଓଡିଶାରେ ୧୭୨.୪ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା ୧୨୬.୬ ମିମି ଠାରୁ ୩୬ ପ୍ରତିଶତ ଅଧିକ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ମୌସୁମୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷା ଅନୁଭୂତ ହୋଇଥିବା ବେଳେ ଉପକୂଳ ଓଡିଶାର ଅନେକ ଅଂଚଳରେ ମଧ୍ୟ ବର୍ଷା ହୋଇଛି ଢେଙ୍କାନାଳ, ଦେବଗଡ,ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ୬୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

IEC 2 years
Leave A Reply