Odisha news

ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କାରଣରୁ ବ୍ୟବସାୟୀ ହରାଇଲେ ୧୮ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ : ଲୋକମାନେ ପ୍ରାୟତଃ ସୋସିଆଲ ମିଡିଆରେ କିଛିନା କିଛି ପୋଷ୍ଟ କରିବାର ଦେଖାଯାଇ ଥାଏ l ସେହିଭଳି ଗୋଟିଏ ମାମଲା ଚିନରୁ ଆସିଛି ,ଯେବେକି ଜଣେ ବ୍ୟକ୍ତିଙ୍କୁ ସୋସିଆଲ ମିଡିଆରେ ଗୋଟିଏ କବିତା ପୋଷ୍ଟ କରିବା ଖୁବ ଭାରି ପଡିଲା l ଚୀନର ଜଣେ ବ୍ୟବସାୟୀ ବାଙ୍ଗଜିଙ୍ଗ ନିକଟରେ ଗୋଟିଏ ଖୁବ ପୁରୁଣା କବିତା ସୋସିଆଲ ମିଡିଆରେ ସେୟାର କରିଥିଲେ l ଏହି କବିତା ତାଙ୍କ ଉପରେ ଅଟେ ଭାରି ପଡିଗଲା ଯେ ତାଙ୍କ ସମ୍ପ୍ରତ୍ତିରୁ ୧୮,୩୭୦ କୋଟି ଟଙ୍କା ଚାଲିଗଲା l

ଘଟଣାଟି ଏହିପରି କବିତାଟି ୧୧୦୦ ବର୍ଷ ପୁରୁଣା ଥିଲା l ଏହି କବିତା ଚୀନର ପ୍ରଥମ ସମ୍ରାଟଙ୍କ ଦମନ କରି ନୀତି ଉପରେ ଲେଖା ଯାଇଥିଲା l ଏହି କବିତା ବ୍ୟବସାୟୀଙ୍କର ପୋଷ୍ଟ କରିବା ଦ୍ୱାରା ଲୋକମାନଙ୍କର ନଜରକୁ ଆସିଥିଲେ ,ଯାହା ଦ୍ୱାରା ଲାଗିଥିଲା ଯେ ସେ ଜିଙ୍କପିଙ୍କଙ୍କର ଆଲୋଚନା କରୁଛନ୍ତି l ଏହି କାରଣରୁ ବ୍ୟବସାୟୀଙ୍କ କମ୍ପାନୀର ସମୁଦାୟ ପୁଞ୍ଜିରୁ ଦ୍ରୁତ ଗତିରେ କମି ଯାଇଥିଲା l ତାଙ୍କୁ ଦୁଇଦିନରେ ବଜାର ମୂଲ୍ୟରୁ ୩୦ ବିଲିୟନ ଡଲାର କ୍ଷତି ସହିବାକୁ ପଡିଥିଲା l

ଏହା ପଛରେ ଲୋକ ମାନଙ୍କର ଅସନ୍ତୁଷ୍ଟର କାରଣ କୁହାଯାଉଛି l ଯେତେବେଳେ ବଙ୍ଗଜିଙ୍ଗ ଏହି ବିଷୟରେ ଜାଣିଲେ ସେତେବେଳକୁ ସେ ପୋଷ୍ଟଟିକୁ ଡିଲିଟ କରି ଦେଇଥିଲେ l କିନ୍ତୁ ପୋଷ୍ଟଟି ଡିଲିଟ କଲା ବେଳକୁ ତାଙ୍କ କମ୍ପାନୀ ଖୁବ କ୍ଷତି ସହି ସାରିଥିଲା l ଚୀନର ବ୍ୟବସାୟୀ ବିଶେଷଜ୍ଞଙ୍କ ମତରେ କବିତା ପୋଷ୍ଟ କରିବା ଦ୍ୱାରା ତାଙ୍କୁତ କିଛି ହାସଲ ହେଲା ନାହିଁ କିନ୍ତୁ କିଛି ଲୋକ ତାଙ୍କ ବିରୁଦ୍ଧରେ ହୋଇଗଲେ l ସବୁଠାରୁ ମୂଲ୍ୟବାନ କଥାଟି ହେଲା ବାଙ୍ଗ ଚୀନର ଜଣେ ସଫଳ ଉଦ୍ୟଗପତି ଅଟନ୍ତି ତାଙ୍କର ଗଣନା ଅଲିବାବାର ମୁଖ୍ୟ ଜ୍ୟାକ ମା ପ୍ରତିଦ୍ୱନ୍ଦୀ ଅଟନ୍ତି l

0Shares
0