Odisha news

ବି.୧.୬୧୭ ସଂକ୍ରମଣଶୀଳ ପ୍ରଜାତି ଓ “୨-ଡିଜି’ : ଆସନ୍ତୁ ଜାଣିବା ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର କଣ କହୁଛନ୍ତି

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ଚଳିତ ମାସ ଶେଷ ସୁଦ୍ଧା ଦେଶରେ ୮କୋଟି ଟିକା ପ୍ରସ୍ତୁତ ହେବାସହ ଆସନ୍ତା ଜୁନ ମାସରେ ୯କୋଟି ଟିକା ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ସେହିପରି ସିରମ୍ ଇନ୍ଷ୍ଟିଚୁ୍ୟଟ ଦ୍ୱାର ପ୍ରସ୍ତୁତ କୋଭିସିଲ୍ଡ ଟିକାର ଦୁଇମାତ୍ରା ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ଯାଏ ବଢ଼ାଇବାକୁ ନ୍ୟାସନାଲ ଟେକ୍ନିକାଲ ଆଡ଼ଭାଇଜର ଗ୍ରୁପ୍ ଅନ୍ ଇମୁ୍ୟନାଇଜେସନ୍ ସରକାରଙ୍କୁ ପରାମର୍ଶ ଦେଇଛି । ତେବେ ରାଜ୍ୟରେ ଗତ ତିନି ଦିନ ଭିତରେ କରୋନା ସଂକ୍ରମଣ ୧୦ ହଜାର ତଳକୁ ରହିଲା ପରେ ଇତିମଧ୍ୟରେ ପୁଣି ଉପରମୁହାଁ ହୋଇଛି ।

ଭାରତରେ କରୋନାର ପ୍ରକୋପ ଦିନକୁ ଦିନ ଜଟିଳ ସ୍ଥିତି କରୁଛି । ଦେଶର ବାରଟି ରାଜ୍ୟରେ ସକ୍ରିୟ ମାମଲା ୧ଲକ୍ଷ ଟପି ଯାଇଥିବାରୁ ହସ୍ପିଟାଲ ଗୁଡ଼କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଇତିମଧ୍ୟରେ ବି୧.୬୧୭ ନାମକ ଏହି ପ୍ରଜାତି ଭାରତରେ ଦେଖାଦେଇଥିବା ଧ୍ୱଂସକାରୀ ସଂକ୍ରମଣର ଅହେତୁକ ବୃଦ୍ଧିରେ କେତେ ଭୂମିକା ନିର୍ବାହ କରିଛି ତାହା ସ୍ପଷ୍ଟ ହୋଇନଥିଲେ ହେଁ ବିଶ୍ୱର ପ୍ରାୟ ୪୪ଟି ଦେଶକୁ ମାଡ଼ି ଯାଇଥିବା ଏହି ପ୍ରଜାତି ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସାରା ଦେଶ କରୋନାର ଦ୍ୱିତୀୟ ଲହରରେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଏପରି ସମୟରେ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ନୂଆ ଔଷଧ ୨-ଡିଜି (୨-ଡିଓକ୍ସି-ଡି-ଗ୍ଳୁକୋଜ) ଗେମ ଚେଞ୍ଚର ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଡିଜିସିଆଇ ମଞ୍ଜୁରୀ ଦେଇସାରିବା ପରେ ଏହି ଔଷଧରେ କ’ଣ ସ୍ୱତନ୍ତ୍ରତା ରହିଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । କରୋନା ବିରୋଧି ଲଢ଼େଇରେ ଭାରତ ଚାରଟି କ୍ଷେତ୍ରରେ ବେଡ଼, ଅମ୍ଳଜାନ, ରେମଡେସିଭିର ଭଳି ଔଷଧର ଅଭାବ ଏବଂ ଟିକା ବନାଇବା ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇବାରେ ବିଫଳ ହୋଇଛି । ୨-ଡିଜି ଏହି୪ଟି କ୍ଷେତ୍ରର ସ୍ଥିତିରେ ସୁଧାର ଆଣିପାରେ । ଡିଆରଡିଓ ଅନୁଯାୟୀ ଏହି ଔଷଧ ଦ୍ୱାରା ରୋଗୀର ଅମ୍ଳଜାନ ନିର୍ଭରତା କମ ହେବ ସୁସ୍ଥ ହେବାକୁ ୨-୩ ଦିନରୁ କମ ସମୟ ଲାଗିବ ଏବଂ ଶୀଘ୍ର ମେଡ଼ିକାଲରୁ ଛାଡ଼ ପାଇବ ।
ପ୍ରଶ୍ନ ଉଠୁଛି ୨-ଡିଜି କାହିଁକି ଗେମ ଚେଞ୍ଜର? ବାସ୍ତବରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ କରୋନା ରୋଗୀଙ୍କୁ ଧାର୍ଯ୍ୟ ଔଷଧ ସହିତ ୨-ଡିଜି ଦିଆଯାଇଥିଲା । ତୃତୀୟ ଦିନ ୪୨ ପ୍ରତିଶତ ରୋଗୀଙ୍କୁ ଅମ୍ଳଜାନର ଆବଶ୍ୟକତା ହୋଇନଥିଲା । ଯେଉଁ ରୋଗୀଙ୍କୁ ଧାର୍ଯ୍ୟ ମାନଦଣ୍ଡ ତଥା ଷ୍ଟାଣ୍ଡାର୍ଡ଼ ଅଫ କେୟାର (ଏସ୍ଓସି) ଅନୁଯାୟୀ ଔଷଧ ଦିଆଯାଇଥିଲା ସେମାନଙ୍କର ଏହା ୩୧ ପ୍ରତିଶତ ରହିଥିଲା । ଏହା ସହିତ ୨-ଡିଜି ନେଇଥିବା ରୋଗୀଙ୍କ ହୃଦ୍ ସ୍ପନ୍ଦନ, ରକ୍ତଚାପ, ଜ୍ୱର ଏବଂ ନିଶ୍ୱାସପ୍ରଶ୍ୱାସ ନେବା ହାର ଅନ୍ୟ ରୋଗୀଙ୍କ ତୁଳନାରେ ୨.୫ ଦିନ ପୂର୍ବରୁ ସ୍ୱାଭାବିକ ହୋଇଯାଇଥିଲା । ୬୫ ବର୍ଷରୁ ଅଧିକ ବୟସର କରୋନା ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଏହା ହୋଇଥିଲା ।

ଡିଆରଡିଓ ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଔଷଧ କେବଳ ଅମ୍ଳଜାନ ନିର୍ଭରତା କମ କରିବନି ବରଂ ବେଡ଼ ଅଭାବ ସମସ୍ୟା ମଧ୍ୟ ଦୂର କରିବ । ଏଥିଯୋଗୁଁ ୨-ଡିଜିକୁ ଗେମ ଚେଞ୍ଜର କୁହାଯାଉଛି । ସେହିପରି ଏହା କେମିତି କାମ କରେ? ଡିଆରଡିଓର ଇନଷ୍ଟିଚୁ୍ୟଟ ଅଫ ନୁ୍ୟକ୍ଲିୟର ମେଡ଼ିସିନ ଆଣ୍ଡ ଏଲାଇଡ ସାଇନ୍ସ (ଇନମାସ)ରେ ଲବୋରାଟୋରୀରେ ପ୍ରସ୍ତୁତ ଏହି ଔଷଧ ଗ୍ଲୁକୋଜର ଏକ ବିକଳ୍ପ । ଏହା ଗଠନମୂଳକ ଭାବେ ଗ୍ଲୁକୋଜ ଭଳି । କିନ୍ତୁ ପ୍ରକୃତରେ ତାହାଠାରୁ ଅଲଗା । ଏହା ଗୁଣ୍ଡ ଭାବରେ ରହିଥାଏ ଏବଂ ପାଣିରେ ଗୋଳି ରୋଗୀଙ୍କୁ ଦିଆଯାଏ । କରୋନା ଭୂତାଣୁ ନିଜ ଶକ୍ତି ବୃଦ୍ଧି କରିବା ପାଇଁ ରୋଗୀର ଶରୀରରୁ ଗ୍ଲୁକୋଜ ନେଇଥାଏ । ଏହି ଔଷଧ କେବଳ ସଂକ୍ରମିତ କୋଷିକାରେ ଜମା ହୋଇ ରହିଥାଏ ।

ଭୂତାଣୁ ଏହାକୁ ବ୍ୟବହାର କରିବା ପରେ ତାହାକୁ ଶକ୍ତି ମିଳିବା ବନ୍ଦ ହୋଇଯାଇଥାଏ । ଏଥିଯୋଗୁଁ ସଂକ୍ରମଣ ବ୍ୟାପି ପାରେନାହିଁ । ଅର୍ଥାତ୍ ନୂଆ ଭୂତାଣୁ ସୃଷ୍ଟି ହେବା ବନ୍ଦ ହୋଇଯାଏ ଏବଂ ଅନ୍ୟ ଭାଇରସ ଗୁଡ଼ିକ ମରିଯାଆନ୍ତି । ସେହିପରି କେତେ ମାତ୍ରାରେ ନେବେ ଔଷଧ ଏହା ଜାଣିବା ଆସନ୍ତୁ । ସାଧାରଣ ଗ୍ଲୁକୋଜ ଭଳି ଏହି ଔଷଧ ପାଉଚରେ ଗୁଣ୍ଡ ଆକାରରେ ମିଳିବ । ଏହାକୁ ପାଣିରେ ଗୋଳି ନେବାକୁ ହେବ । ଡାକ୍ତର ରୋଗୀଙ୍କ ବୟସ, ସ୍ୱାସ୍ଥ୍ୟାବସ୍ଥା ଆଦି ଯାଞ୍ଚ କରି ଏହି ଔଷଧର ଡୋଜ ଦେବେ । ଡାକ୍ତରଙ୍କ ବିନା ପରାମର୍ଶରେ ଏବଂ ଅଧିକ ମାତ୍ରାରେ ଏହି ଔଷଧ ନ ନେବାକୁ ବୈଜ୍ଞାନିକମାନେ ଚେତାବନୀ ଜାରି କରିଛନ୍ତି । ଏହାର ମୂଲ୍ୟ କେତେ ରହିବ ଜାଣିଛନ୍ତି? ଏହି ଔଷଧର ମୂଲକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ । ଉତ୍ପାଦନ ପଦ୍ଧତି ଏବଂ ଡ୍ରଗ୍ସର ପରିମାଣ ଉପରେ ଏହାର ମୂଲ୍ୟ ନିର୍ଭର କରୁଛି ବୋଲି ଡିଆରଡିଓ ପ୍ରକଳ୍ପ ନିଦେ୍ର୍ଦଶକ ଡ.ସୁଧୀର ଚନ୍ଦାନା କହିଛନ୍ତି ।

ଏହି ପ୍ରକଳ୍ପର ଉଦ୍ୟୋଗିକ ସହଯୋଗୀ ଡ.ରେଡ୍ଡୀସ ଲ୍ୟାବ ଏହାର ମୂଲ୍ୟ ଧାର୍ଯ୍ୟ କରିବ । ଏହା ଜେନେରିକ ଅଣୁରୁ ପ୍ରସ୍ତୁତ ହେଉଥିବା ଔଷଧ ଗୋଟିଏ ପାଉଚ ମୂଲ୍ୟ ୫୦୦-୬୦୦ ଟଙ୍କା ଭିତରେ ରହିପାରେ ବୋଲି ସୂତ୍ରରୁ ସୂଚନା ମିଳିଛି । ଏଥିରେ ମଧ୍ୟ ସରକାର କଛି ରିହାତି ଦେଇପାରନ୍ତି । ଅନେକଙ୍କ ଭିତରେ ପ୍ରଶ୍ନ ଉଠେ ବଜାରରେ ଏହା କେବେ ମିଳିବ? : ଡ.ରେଡ୍ଡୀସ ଲ୍ୟାବ ସହ ମିଶି ଏହି ଔଷଧର ଦ୍ରୁତ ଉତ୍ପାଦନ ଲାଗି ପ୍ରୟାସ କରାଯାଉଛି ବୋଲି ପ୍ରକଳ୍ପ ନିଦେ୍ର୍ଦଶକ ଡ.ଚନ୍ଦାନା କହିଛନ୍ତି । ସୂତ୍ର ଅନୁଯାୟୀ ଚଳିତ ସପ୍ତାହରୁ ଦେଶର ଅଧା ଡର୍ଜନ ହସ୍ପିଟାଳରେ ଏହି ଔଷଧ ରୋଗୀଙ୍କୁ ଦେବା ଆରମ୍ଭ ହେବ । ସେହିପରି କେହି କେହି ପ୍ରଶ୍ନ କରନ୍ତି ଯେ ଭଲ ହେବେ କି ଗୁରୁତର ରୋଗୀ? ବାସ୍ତବରେ ୨-ଡିଜି ସବୁ ରୋଗୀଙ୍କ ପାଇଁ କାମ କରିବ । ଏହାର କୌଣସି ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଏଥିଯୋଗୁଁ ଏହା ଏକ ସୁରକ୍ଷିତ ଔଷଧ । ଏଠାରେ ସହୃଦୟ ପାଠକଙ୍କୁ ସୂଚୀତ କରୁଛୁ ଯେ ଔଷଧ ପଛରେ ଥିବା ବୈଜ୍ଞାନିକମାନେ କିଏ? କରୋନା ବିରୋଧୀ ଯୁଦ୍ଧରେ ଡିଆରଡିଓର ନୂଆ ଔଷଧ ନୂଆ ଆଶା ସଞ୍ଚାର କରିଛି । ଏହି ଔଷଧ ପ୍ରସ୍ତୁତିରେ ହିସାରର ସୁଧୀର ଚାନ୍ଦାନାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ ଡିଆରଡିଓର ଅତିରିକ୍ତ ନିଦେ୍ର୍ଦଶକ ।

ତାଙ୍କ ପିତା ଜେଡ଼ି ଚନ୍ଦାନା ଜିଲ୍ଲା ଏବଂ ସେସନ ନ୍ୟାୟଧୀଶ ଥିଲେ । ସୁଧୀର ୧୯୬୭ ଅକ୍ଟୋବରରେ ରାମପୁରାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କର ବଦଳି ହେଉଥିବା ଯୋଗୁଁ ଭିୱାନୀ, ବହାଦୁରଗୂଡ଼, ପାନିପତ, କରନାଲ ଏବଂ ହାଂସି ସ୍କୁଲରେ ଚନ୍ଦାନା ପଢ଼ିଥିଲେ । ସେ ୧୯୮୭-୮୯ରେ ହରିୟାଣାର କୃଷି ବିଶ୍ୱବିଦ୍ୟାଳୟରେ ମାଇକ୍ରୋବାୟୋଲୋଜିରେ ଏମଏସ୍ସି କରିଥିଲେ । ପିଏଚଡ଼ି ସମୟରେ ବୈଜ୍ଞାନିକ ଭାବେ ଡିଆରଡିଓରେ ସାମିଲ ହୋଇଥିଲେ । ସେ ୧୯୯୧-୯୩ ମଧ୍ୟରେ ଗ୍ୱାଲିୟର ଏବଂ ପରେ ଦିଲ୍ଲୀସ୍ଥିତ ଇନମାସରେ ସେବା ଦେଇଥିଲେ । ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲା ଗଗହାରୁ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିବା ଡିଆରଡିଓ ବୈଜ୍ଞାନିକ ଅନନ୍ତ ନାରାୟଣ ଭଟ୍ଟ ଗୋରଖପୁର ସହିତ ପୂର୍ବାଞ୍ଚଳର ଗୌରବ ହୋଇଛନ୍ତି । ସେ ଡିଆରଡିଓର ଇନମାସରେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି । ଡ.ମିଶ୍ର : ଡ.ଅନିିଲ ମିଶ୍ର ଉତ୍ତର ପ୍ରଦେଶ ବଲିଆ ଜିଲ୍ଲାର ବାସିନ୍ଦା । ୨-ଡିଜି ଔଷଧ ବନାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କରୋନା ସର୍ତକତାକୁ ସମସ୍ତେ ଅପରିହାର୍ଯ୍ୟ ଭାବେ ଗ୍ରହଣ କରନ୍ତୁ । ସରକାର, ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରତିଟି ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ । ଏହା ନିଜ ପାଇଁ, ପରିବାର ପାଇଁ, ସମାଜ ପାଇଁ ଓ ଦେଶ ପାଇଁ ମଙ୍ଗଳକାରକ ହେବ ।

ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟ

0Shares
0