ପେନ୍ସନ ଭୋଗୀ ଙ୍କ ଜାଣିବା ଖବର ,ନଚେତ ଅସୁବିଧାରେ ପଡିପାରନ୍ତି ବୟସ୍କ ବ୍ୟକ୍ତି , ଏହି ଡକୁମେଣ୍ଟ ନଥିଲେ ଅଟକିଯିବ ପେନ୍ସନ, ନଭେମ୍ବର ୧ ରୁ ୩୦ ମଧ୍ୟରେ କରନ୍ତୁ ଏହି କାର୍ଯ୍ୟ, ତୁରନ୍ତ ବ୍ୟାଙ୍କ ରେ ଜମା କରନ୍ତୁ ଏହି ତଥ୍ୟ , ନଚେତ ବନ୍ଦ ହୋଇଯିବ ଆପଣଙ୍କ ପେନ୍ସନ
ଚାକିରୀ ରୁ ଅବସର ପରେ ବୟସ୍କ ମାନଙ୍କ ପାଇଁ ଚିନ୍ତାର କାରଣ ହେଉଛି ତାଙ୍କ ପେନ୍ସନ ପଇସା ଆକାଉଣ୍ଟ କୁ ଆସିଲା କି ନାହିଁ ? ପେନ୍ସନ ହିଁ ଗୋଟିଏ ମାତ୍ର ସାହାରା ଯାହାକୁ ନେଇ ସେମାନେ ନିଜ ଗୁଜୁରାଣ ମେଣ୍ଟାଈ ପାରିବେ l କିନ୍ତୁ ଅନେକ ସମୟରେ ସାମାନ୍ୟ ଭୁଲ କିମ୍ବା ନଜାଣି ପେନ୍ସନ ପଇସା ଅଟକି ଯାଇଥାଏ l ସେଥିମଧ୍ୟରୁ ଗୋଟିଏ ଗୁରୁତ୍ୱପୂର୍ଣ ପ୍ରମାଣପତ୍ର ହେଉଛି ଲାଇଫ ସାର୍ଟିଫିକେଟ , ଯଦି ଏହାକୁ ଠିକ ସମୟ ରେ ଜମା କରିବେ ନାହିଁ ତେବେ ପେନ୍ସନ ବନ୍ଦ ହୋଇଯିବ l
ଲାଇଫ ସାର୍ଟିଫିକେଟ ଗୋଟିଏ ଏଭଳି ପ୍ରମାଣପତ୍ର ଯାହା ବ୍ୟକ୍ତି ଜୀବନ୍ତ ବୋଲି ଦର୍ଶାଇଥାଏ, ସରକାର ପ୍ରତ୍ୟେକ ବର୍ଷ ଏହି ପ୍ରମାଣ ମାଗି ଥାଆନ୍ତି, ଯାହାକି ସୁନିଶ୍ଚିତ କରିଥାଏ ପେନ୍ସନ ଉପଯୁକ୍ତ ବ୍ୟକ୍ତିଙ୍କୁ ମିଳିଛି ନା ନାହିଁ l ଏହାକୁ ପୂର୍ବରୁ ଜମା ନିହାତି କରିବା ଜରୁରୀ, ତେଣୁ ବର୍ତମାନ ନଭେମ୍ବର ୧ରୁ ୩୦ ନଭେମ୍ବର ମଧ୍ୟରେ ଆପଣ ଏହାକୁ ଜମା କରିବା ଆବଶ୍ୟକ l
ଆପଣ ଚାହିଁଲେ ଏହାକୁ ଅନଲାଇନ ରେ ମଧ୍ୟ ଜମା କରିପାରିବେ l ଏହାକୁ ଜମା କରିବା ପାଇଁ ଜୀବନ ପ୍ରମାଣ ଆପ କୁ ଯିବାକୁ ପଡିବ l ଆପଣ ଚାହିଁଲେ ମୋବାଇଲ ଏବଂ ଲାପଟପ ଜରିଆରେ ମଧ୍ୟ କରିପାରିବେ l
ଲାଇଫ ସାର୍ଟିଫିକେଟ ଜମା କରିବା ସମୟ ରେ ଅନ୍ୟ କୌଣସି ତଥ୍ୟ ର ମଧ୍ୟ ଆବଶ୍ୟକତା ପଡିଥାଏ l ବୟସ ପ୍ରମାଣପତ୍ର ପାଇଁ ଆଧାର କାର୍ଡ, ଭୋଟ ପରିଚୟ ପତ୍ର, ରାସନ କାର୍ଡ, ମାଟ୍ରିକ ସାର୍ଟିଫିକେଟ ପାସପୋର୍ଟ , ଡ୍ରାଇଭିଙ୍ଗ ଲାଇସେନ୍ସ , ଅଡ୍ରେସ ପ୍ରୁଫ , ବ୍ୟାଙ୍କ ପସବୁକ ତଥ୍ୟ ସହିତ ପେନ୍ସନ ID ଏବଂ PRO ନମ୍ବର ର ଆବଶ୍ୟକତା ପଡିଥାଏ l