ଏତଲା ଅଭିନେତ୍ରୀ ପାୟଲ ଘୋଷ୍ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ସେ ଅନୁରାଗଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବେ । କଙ୍ଗନା ରନୌତ ଏଥିରେ ପାୟଲଙ୍କୁ ସମର୍ଥନ କରିବା ସହ ନ୍ୟାୟ ଦାବି କରିଛନ୍ତି । ଏଥିସହ ଅନୁରାଗଙ୍କ ଗିରଫଦାରୀ ଦାବି କରିଛନ୍ତି କଙ୍ଗନା । ହେଲେ ଅଭିନେତ୍ରୀ ତାପସୀ ପନ୍ନୁ ଅନୁରାଗଙ୍କୁ ନାରୀବାଦୀ ଆଖ୍ୟା ଦେଇ ତାଙ୍କୁ ସମର୍ଥନ କରିଛନ୍ତି । ପାୟଲ ତାଙ୍କ ଓକିଲଙ୍କ ସହିତ ମୁମ୍ବାଇର ଓଶିୱରା ପୋଲିସ ଷ୍ଟେଶନରେ ଅନୁରାଗଙ୍କ ବିରୋଧରେ ଏଫ୍ଆଇଆର୍ ଦେବେ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟରୁ ସାହାଯ୍ୟ ମାଗିଛନ୍ତି । ପାୟଲ ଟ୍ୱିଟ୍ କରି ଲେଖିଛନ୍ତି, ‘ଅନୁରାଗ କଶ୍ୟପ ମୋ ସହ ଜବରଦସ୍ତି କରିବା ସହ ଖରାପ ବ୍ୟବହାର କରିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ନରେନ୍ଦ୍ର ମୋଦିଜୀ ଦୟାକରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଓ ଏହି ପ୍ରତିଭାବାନ୍ ବ୍ୟକ୍ତିଙ୍କ ମଧ୍ୟରେ ଲୁଚି ରହିଥିବା ସୈତାନୀ ଚେହେରାର ପର୍ଦ୍ଦାଫାସ୍ କରନ୍ତୁ । ମୋ ସୁରକ୍ଷା ବିପନ୍ନ, ଦୟାପୂର୍ବକ ସାହାଯ୍ୟ କରନ୍ତୁ ।’ ପାୟଲଙ୍କ ଟ୍ୱିଟ ଜବାବରେ ଅନୁରାଗ ଲେଖିଛନ୍ତି, ‘ମୋତେ ଚୁପ୍ କରାଇବା ଚେଷ୍ଟାରେ ଏତେ ସମୟ ନେଲ । ମୋତେ ଚୁପ୍ କରାଇବା ଚMର୍ରେ ଏତେ ମିଛ କହିଲ ଯେ ଜଣେ ନାରୀ ହୋଇ ଅନ୍ୟ ଜଣେ ନାରୀକୁ ନିଜ ସପକ୍ଷରେ ଆଣିଲ । କିଛି ତ ମର୍ଯ୍ୟାଦା ରଖ ମାଡାମ୍ । ଏତିକି କହିବି ଆପଣ ଯାହା ବି ଅ ଭ ି େ ଯ । ଗ ଆଣିଛନ୍ତି ସବୁ ଭିତ୍ତିହୀନ ।’
