ଏରସମା-୨୧/୯ : ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପ ଂଚାୟତର ଓଲରା ,ଶିଆଳି,ରାସ୍ତାରୁ ଯାଇଥିବା ମଠସାହି ରାସ୍ତାର ବାଲିପାଟଣାଠାରେ କଲଭଟଦବିବାରୁ ରାସ୍ତାରେ ଖାଲ ହୋଇଯାଇଛି । ଯାହାଫଳରେ ସେହିରାସ୍ତା ଉପରେ ଯାତାୟତ କରିବା କଷ୍ଟକର ହୋଇପଡିଲାଣି । ରାସ୍ତା ଦେଇ ଗଡହରିଶପୁର,ପଦ୍ମପୁର,ଗୋଡା ଆଦି ପ ଂଚାୟତର ଲୋକମାନେ ନିୟମିତ ଯା ଆସ କରିବାସହିତ ପ୍ରତିଦିନ ୪ ଚକିଆ ଜାନ ଯିବା ଆସିବା କରିଥାଏ ।
କଲଭଟ ଟି ଦବିବା ଯୋଗୁ ଅସାବଧାନତାରେ ଅନେକ ଲୋକେ ପଡି ଖଣ୍ଡିଆ କାବରା ହେବା ଦେଖାଦେଲାଣି । ତୁରନ୍ତ ଆରଡି ବିଭାଗ ତରଫରୁ କଲଭଟ ଟି ନିର୍ମାଣ କରିବାପାଇଁ ଶିକ୍ଷାବିତ ନକୁଳାନନ୍ଦ ବେହେରା ,ବିଜେଡି ନେତା ଭଗି ପାତ୍ର ,ବସନ୍ତ ବେହେରା ,ସମାଜସେବୀ ଅରୁଣ ବେହେରା ,କ୍ଷିରୋଦ ସେଠୀ ପ୍ରମୁଖ ଦାବିକରିଛନ୍ତି ।
