ଆଳୁ ଆମ ଭାରତୀୟ ଖାଦ୍ୟର ଗୋଟିଏ ପ୍ରିୟ ପରିବା ଭାବରେ ଜଣାଶୁଣା l ପ୍ରାୟ ସମସ୍ତ ଲୋକ ଏହି ପରିବଟିକୁ ଆଦରର ସହିତ ଖାଇଥାନ୍ତି l ଗାଁ ଗହଳିରୁ ନେଇ ସହର ପର୍ଯ୍ୟନ୍ତ ପ୍ରାୟ ସବୁଠି ଆଳୁର ଚାହିଦା ଅନେକ ମାତ୍ରାରେ ରହିଛି ,କିନ୍ତୁ ଏହି ଆଳୁ ସହିତ ତାର ଚୋପା ମଧ୍ୟ ଅତ୍ୟନ୍ତ ଗୁଣର ଅଟେ l ଏଇ କଥା ହୁଏତ ଆପଣମାନେ ଜାଣି ନଥିବେ l ଆସନ୍ତୁ ଜାଣିବା ଆଳୁ ଚୋପାର ଗୁଣ ବିଷୟରେ l
* ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ –
ଅଳୁରେ ଭଲ ମାତ୍ରାରେ ପୋଟାସିୟମ ରହିଛି l ପୋଟାସିୟମ ରକ୍ତଚାପକୁ ରେଗୁଲେଟ କରିଥାଏ l ସେହିଭଳି ଅଲୁଚୋପା ମଧ୍ୟ ଅତ୍ୟନ୍ତ କାମର ଜିନିଷ ଅଟେ l ଆପଣ କଞ୍ଚା ଆଳୁର ଚୋପାକୁ ଯଦି ଛଡାଉଛନ୍ତି ତେବେ ତାହାକୁ ଫୋପାଡ଼ି ନ ଦେଇ ସେଥିରେ ଦୁଇ ପାଖୁଡା ରସୁଣ ପକାଇ ଗ୍ରାଇଣ୍ଡରରେ ଭଲରେ ପେଶୀ ଦିଅନ୍ତୁ l ଏହାପରେ ତାକୁ ଛାଣି ପିଅନ୍ତୁ l ଏହା ଉଚ ରକ୍ତଚାପ ପାଇଁ ଅତ୍ୟନ୍ତ ହିତକର l
* ରକ୍ତ ହୀନତାକୁ ଦୂର କରେ –
ଏନିମିଆ ରୋଗୀଙ୍କ ପାଇଁ ଆଳୁ ଚୋପା ଅତ୍ୟନ୍ତ ଲାଭ ଦାୟକ l ଆଳୁ ଚୋପାରେ ଆଇରନର ଭଲ ସ୍ରୋତ ରହିଛି l ଯେଉଁ କାରଣରୁ ଏନିମିଆର ବିପଦ ଦୁରେଇ ଯାଇଥାଏ l
* ଶରୀରକୁ ମଝବୁତ କରିଥାଏ –
ଆଳୁର ଚୋପରେ ଭରପୁର ମାତ୍ରାରେ ଭିଟାମିନ -ବି3 ମିଳିଥାଏ l ଭିଟାମିନ -ବି3 ଶକ୍ତି ଦେବାରେ ସାହାଯ୍ୟ କରିଥାଏ l ଏହା ବ୍ୟତୀତ ଏଥିରେ ଥିବା ନଇସିନ କାରବାଜ କୁ ଶକ୍ତିରେ ପରିଣତ କରିଥାଏ l
* ପାଚନ ପ୍ରକ୍ରିୟାକୁ ସୁସ୍ଥ କରିଥାଏ –
ଆଳୁ ଚୋପାରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ l ଆମର ପାଚନ ପ୍ରକ୍ରିୟା ପାଇଁ ଫାଇବର ନିହାତି ଆବଶ୍ୟକ l ତେଣୁ ଆଳୁଚୋପା ହଜମ ପ୍ରକ୍ରିୟାକୁ ଠିକ ଭାବରେ ପରିଚାଳିତ କରିଥାଏ l
* ହାଡ଼କୁ ମଝବୁତ କରେ –
ଆଳୁର ଚୋପାରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ଭିଟାମିନ -ବି କମ୍ପ୍ଲେକ୍ସ ରହିଛି l ଏହାଦ୍ୱାରା ହାଡ଼କୁ ଶକ୍ତି ମିଳିଥାଏ l ତେଣୁ ଚେଷ୍ଟା କରନ୍ତୁ ଯେବେବି ଆଳୁକୁ ରୋଷେଇ ପାଇଁ କାଟିବେ ସେତେବେଳେ ତାହାକୁ ଚୋପା ସହିତ କାଟିବେ , ଯାହାଦ୍ୱାରା ଏଥିରେ ଥିବା ପୋଷାକ ତତ୍ୱ ନଷ୍ଟ ହେବନାହିଁ l
Comments are closed.