ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମା ସରସ୍ବତୀଙ୍କ ପୂଜା ହୋଇଥାଏ l ପୌରାଣିକ ମାନ୍ୟତା ଅନୁସାରେ ବସନ୍ତ ପଞ୍ଚମୀ ଦିନ ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ l ସେଥିପାଇଁ ଏହି ଦିନ ଅନେକ ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରାଯାଇଥାଏ l ବସନ୍ତ ପଞ୍ଚମୀକୁ ଜ୍ଞାନ ପଞ୍ଚମୀ କିମ୍ବା ଶ୍ରୀ ପଞ୍ଚମୀ ମଧ୍ୟ କୁହାଯାଇଥାଏ l ଏହିଦିନ ବିଶେଷ କରି ନୂଆ ଭାବରେ ବିଦ୍ୟା ଆରମ୍ଭ କରିଥାଏ ,କିଏ ନୂଆ କାମ କିଛି ଆରମ୍ଭ କରିଥାଏ ,ଛୋଟ ପିଲା ମାନଙ୍କର ଅନ୍ନ ପ୍ରାସନ୍ନ ଇତ୍ୟାଦି କାର୍ଯ୍ୟକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ l
ବସନ୍ତ ଋତୁକୁ ଋତୁ ମାନଙ୍କର ରାଜା କୁହାଯାଏ l ଏହି ଋତୁ ଆସିବା କ୍ଷଣି ଚାରିଆଡ ଅତି ରମଣୀୟ ଓ ସୁନ୍ଦର ହୋଇଯାଇଥାଏ l ହିନ୍ଦୁ ଧର୍ମରେ ସରସ୍ବତୀ ପୂଜାକୁ ଅନେକ ମହତ୍ୱ ଦିଆଯାଇ ଥାଏ l କାରଣ ବିଦ୍ୟା ଦାତ୍ରୀ ସରସ୍ୱତୀଙ୍କୁ ପ୍ରାଥର୍ନl କରି ଛୋଟ ପିଲା ମାନଙ୍କର ଶିକ୍ଷା କାର୍ଯ୍ୟ ଆରମ୍ଭ ହୋଇଥାଏ l ଏହି ସମୟରେ ପ୍ରକୃତିରେ ଗୋଟିଏ ଆନନ୍ଦ ସମ୍ଭାର ସମୟ ଚାଲିଲା ଭଳି ଅନୁଭବ ହୋଇଥାଏ l ଚାରିଆଡ ଫସଲରେ ପୁରି ଉଠିଥାଏ l ଏହି ସମୟରେ ହଳଦିଆ ରଙ୍ଗ ଆକର୍ଷଣର କେନ୍ଦ୍ର ହୋଇଥାଏ l
ସରସ୍ବତୀ ପୂଜା ଦିନ ବିଦ୍ୟାଳୟ ଗୁଡିକରେ ମାତା ସରସ୍ବତୀଙ୍କ ମୂର୍ତ୍ତିକୁ ସ୍ଥାପନା କରି ଯାକ ଯମକରେ ପୂଜା କରାଯାଏ l ଗାଁ ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ପୂଜା ମଣ୍ଡପ ସଜା ଯାଇଥାଏ l ସରସ୍ବତୀ ବିଦ୍ୟାଦାତ୍ରୀ ହୋଇଥିବା କାରଣରୁ ତାଙ୍କ ପୂଜା ନିକଟରେ ପିଲାମାନେ ବହି ,ଖାତା ,କଲମ ଓ ପେନ୍ସିଲ ଇତ୍ୟାଦି ରଖି ପୂଜା କରିଥାନ୍ତି l ସମସ୍ତେ ଏହିଦିନ ମାତା ସରସ୍ୱତୀଙ୍କ ନିକଟରେ ଉପବାସ ରହି ମଣ୍ଡପରେ ପୁଷ୍ପାଞ୍ଜଳି ଦେଇ ସାରିବା ପରେ ପ୍ରସାଦ ସେବନ କରିଥାନ୍ତି l କେବଳ ବିଦ୍ୟାଳୟ ନୁହେଁ ପ୍ରାୟ ସମସ୍ତ ଶିକ୍ଷା ଅନୁଷ୍ଠାନ ଯେପରିକି ନୃତ୍ୟ ବିଦ୍ୟାଳୟ ,ବାଦ୍ୟ ଯନ୍ତ୍ରର ବିଦ୍ୟାଳୟ ,ଚିତ୍ର ଅଙ୍କନ ବିଦ୍ୟାଳୟ ଇତ୍ୟାଦିରେ ମା ସରସ୍ୱତୀଙ୍କୁ ପୂଜା କରାଯାଇଥାଏ l
ବସନ୍ତ ପଞ୍ଚମୀ ଅର୍ଥାତ ସରସ୍ବତୀ ପୂଜା ଦିନଟି ଭାରତର ପ୍ରାୟ ଅଧିକାଂଶ ସ୍ଥାନରେ ପାଳିତ ହୋଇଥାଏ l ବିଶେଷକରି ପୂର୍ବ ଭାରତର ଲୋକମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ
କରିଥାନ୍ତି l ଶିକ୍ଷା ପାଇଁ ଏହି ଦିନଟି ସମର୍ପିତ ହୋଇଥିବା କାରଣରୁ ଏହା ବିଦ୍ୟାର୍ଥୀ ମାନଙ୍କ ପାଇଁ ଗୋଟିଏ ମହତ୍ଵପୁର୍ଣ ଦିନ ଅଟେ l
Comments are closed.