ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ଭୁଲ ଧାରଣା ରହିଛି ଯେ କାର୍ବୋହାଇଡ୍ରେଟ ଓଜନ ବଢ଼ାଇଥାଏ l କିନ୍ତୁ ଗୋଟିଏ ଗବେଷଣାରୁ ଜଣା ପଡ଼ିଛି ଯେ କାର୍ବୋହାଇଡ୍ରେଟ ଓଜନ କମାଇବାରେ ସହାୟତା କରିଥାଏ l ସେହି ଗବେଷଣା ପରେ ଅଧିକାଂଶ ଲୋକ ପ୍ରଶ୍ନ କରିଥିଲେ କିକାର୍ବୋହାଇଡ୍ରେଟ ରାତିରେ ଖାଇବା ଉଚିତ କି ନୁହେଁ ?ସେହି ଗବେଷଣାରୁ ଜଣା ପଡିଛି ଯେ କାର୍ବୋହାଇଡ୍ରେଟ ରାତିରେ ଖାଇବା କ୍ଷତି କାରକ ନୁହେଁ l
* ଯଦି ଆମ ଖାଦ୍ୟରେ ରାତିରେ ରୁଟି ସାମିଲ ହେଉଛି ଓ ତା ସହିତ ଭାତ ,କୌଣସି ଶସ୍ୟ ଯୁକ୍ତ କିମ୍ବା ମଞ୍ଜି ଯୁକ୍ତ ତରକାରୀ ତେବେ ଶରୀର ପାଇଁ ଅତ୍ୟନ୍ତ ହିତକର l ଆମେ ଛୋଟ ବେଳରୁ ନିଜ ଖାଦ୍ୟରେ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟକୁ ଖାଇଥାଉ l କାରଣ ଭାରତୀୟ ଜଳବାୟୁ ପାଇଁ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ନିହାତି ଆବଶ୍ୟକ l
* କାର୍ବୋହାଇଡ୍ରେଟ ଆମର ମାଂସପେଶୀକୁ ସମୃଦ୍ଧ କରିବା ସହିତ ହାଡ଼ ପାଇଁ ମଧ୍ୟ ଉପକାରୀ l ଗ୍ଲୁକୋଜ କାର୍ବୋହାଇଡ୍ରେଟରୁ ନେଇଥିବା ମୂଳ ସ୍ରୋତ ଅଟେ l ଯାହା ଆପଣଙ୍କ ମାଂସପେଶୀ ସହିତ ମସ୍ତିଷ୍କକୁ ମଧ୍ୟ ଠିକ ଭାବରେ କାମ କରିବାକୁ ଦେଇଥାଏ l ଉନ୍ନତ ସ୍ୱାସ୍ଥ୍ୟ ପାଇଁ ପ୍ରଥମି ସ୍ତର ପ୍ରୋଟିନ ଅଟେ l କିନ୍ତୁ କାର୍ବୋହାଇଡ୍ରେଟ ପ୍ରାଥମିକ ଉର୍ଜା ଅଟେ l
* ଆମେ ଯାହା ରାତିରେ ଖାଇ ଶୋଇଥାଉ ତାହା ଆମର ନିଦ୍ରା ଚକ୍ର ଉପରେ ପ୍ରଭାବ ପକାଇଥାଏ l ରାତିରେ କାର୍ବୋହାଇଡ୍ରେଟ ଖାଇବା ଦ୍ୱାରା ଶେରୋଟୋନିନ ଉତ୍ପାଦନ ଦ୍ୱାରା ଭଲ ନିଦ ହେବାରେ ସାହାଯ୍ୟ କରିଥାଏ l
Comments are closed.